ଓଡ଼ିଶାଲାଇଭ ବ୍ୟୁରୋ

୨୧ ତାରିଖ ସୋମବାର ଯାଜପୁର ବନ୍ଦ ଡାକରା ଦେଇଛି ବିଜେପି। ଧର୍ମଶାଳା ପିଇଓ ସ୍ମିତାରାଣୀ ବିଶ୍ଵାଳଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ଏହି ବନ୍ଦ ଡାକରା ଦିଆଯାଇଛି। ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ଦାବି କରାଯାଇ ବନ୍ଦ ଡାକରା ଦିଆଯାଇଛି। ଏନେଇ ସାମ୍ଵାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଜିଲ୍ଲା ବିଜେପି ସଭାପତି ଗୌତମ ରାୟ।

ଯାଜପୁର ଜିଲ୍ଲା ଧର୍ମଶାଳା ହରିଦାସପୁର ପଞ୍ଚାୟତର ପିଇଓ ସ୍ମିତାରାଣୀ ବିଶ୍ଵାଳଙ୍କ ସନ୍ଦେହଜନକ ମୃତ୍ୟୁରେ ସରପଞ୍ଚଙ୍କ ସ୍ଵାମୀଙ୍କୁ ଗିରଫ କରାଯାଇଛି। ସ୍ମିତାରାଣୀ ଓ ସରପଞ୍ଚଙ୍କ ସ୍ଵାମୀଙ୍କ ମଧ୍ୟରେ ପ୍ରେମ ସଂପର୍କ ରହିଥିଲା। ତେବେ ଏହି କାରମରୁ ସେ ଆତ୍ମହତ୍ୟା କରିଛନ୍ତି। ବ୍ୟବଚ୍ଛେଦ ରିପୋର୍ଟରେ ତାଙ୍କ ମୃତ୍ୟୁର କାରଣ ରଶିରେ ଝୁଲିବା ଯୋଗୁଁ ହୋଇଛି ବୋଲି ସ୍ପଷ୍ଟ କରିଛନ୍ତି ଯାଜପୁର ଏସପି।

ଅକ୍ଟୋବର ୧୫ ତାରିଖ ଦିନ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ହରିଦାସପୁରରେ ପଞ୍ଚାୟତ ଅଧିକାରୀ ସ୍ମିତାରାଣୀଙ୍କ ଝୁଲନ୍ତା ମୃତଦେହ ସରପଞ୍ଚଙ୍କ ଗେଷ୍ଟ ହାଉସରୁ ଉଦ୍ଧାର କରାଯାଇଥିଲା।

Comment