ଓଡ଼ିଶାଲାଇଭ୍‌ ବ୍ୟୁରୋ

ନିଆଁ ଲାଗିଯିବା ଫଳରେ ୩ ଶିଶୁଙ୍କ ଦେହରେ ନିଆଁ ଲାଗିଯାଇଛି। ଏପରି ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଅଞ୍ଚଳରେ। ଶିଶୁଙ୍କ ବୟସ ୫ ବର୍ଷରୁ କମ୍‌ ହେବ। ସେମାନଙ୍କ ଶରୀରର ୯୦ ପ୍ରତିଶତ ଜଳିଯାଇଛି।

କୋକସରା ଥାନା ମହିମା ପଞ୍ଚାୟତ ବିଜମରା ଗାଁର ହେମରାଜ ଦିଶାରୀଙ୍କ ଯାଆଁଳା ଝିଅ ରୋଜି ଓ ଡେଜି ଓ ତାଙ୍କ ଘରକୁ ବୁଲିବାକୁ ଆସିଥିବା ସମ୍ପର୍କୀୟଙ୍କ ଝିଅ ରଚନା ରାଉତ ଶନିବାର ସକାଳେ ଖଳାରେ ଖେଳୁଥିଲେ। ସେହି ସମୟରେ ଖଳାରେ ନିଆଁ ଲାଗିଯାଇଥିଲା। ଫଳରେ ୩ଜଣ ଶିଶୁ ନିଆଁରେ ପୋଡ଼ି ଯାଇଥିଲେ।

ଚିତ୍କାର ଶୁଣି ଗାଁ ଲୋକ ସେମାନଙ୍କୁ ଉଦ୍ଧାର କଲା ବେଳକୁ ସେମାନଙ୍କ ଶରୀରର ୯୦ ପ୍ରତିଶତ ଜଳିଯାଇଥିଲା। ପରେ ତାଙ୍କୁ ଉଦ୍ଧାର କରାଯାଇ ପ୍ରଥମେ କୋକସରା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଛି।

Comment