ଓଡ଼ିଶାଲାଇଭ ବ୍ୟୁରୋ  

guest house

ପିଇଓ ସ୍ମିତାରାଣୀ ମୃତ୍ୟୁ ମାମଲାର ମୁଖ୍ୟ ଅଭିଯୁକ୍ତ ରୂପେଶ ଭଦ୍ରଙ୍କ ଗେଷ୍ଟ ହାଉସ ଭାଙ୍ଗିବ ଜିଲ୍ଲା ପ୍ରଶାସନ। ଗେଷ୍ଟ ହାଉସ୍‌ ଭଙ୍ଗାଯିବା ନେଇ ସୂଚନା ଦେଇଛନ୍ତି ଯାଜପୁର ଜିଲ୍ଲାପାଳ। ମାମଲାର ତଦନ୍ତ ଶେଷ ହେବା ପରେ ଗେଷ୍ଟ ହାଉସ ଭଙ୍ଗାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

ଗେଷ୍ଟ ହାଉସ ସରାକରୀ ଜମିରେ ନିର୍ମିତ ହୋଇଛି ବୋଲି ତହସିଲଦାରଙ୍କ ରିପୋର୍ଟରୁ ସ୍ପଷ୍ଟ ହୋଇଥିବା ଜିଲ୍ଲାପାଳ କହିଛନ୍ତି। ତଦନ୍ତ ଚାଲିଥିବାରୁ ଏବେ ଗେଷ୍ଟ ହାଉସ ଭଙ୍ଗା ଯିବ ନାହିଁ। ବର୍ତ୍ତମାନ ପାଇଁ ଗେଷ୍ଟ ହାଉସ ଚାରିପଟେ ୧୪୪ ଧାରା ଜାରି କରାଯିବ।

ଅକ୍ଟୋବର ୧୫ ତାରିଖ ଦିନ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ହରିଦାସପୁରରେ ପଞ୍ଚାୟତ ଅଧିକାରୀ ସ୍ମିତାରାଣୀ ସରପଞ୍ଚ ସ୍ଵାମୀଙ୍କ ଗେଷ୍ଟ ହାଉସରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ପରେ ତାଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଜିଲ୍ଲାରେ ରାଜନୀତି ତେଜି ଥିଲା। ତେବେ ଏହି ମୃତ୍ୟୁକୁ ନେଇ ସ୍ମିତାରାଣୀଙ୍କ ପରିବାର ଲୋକ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ସରପଞ୍ଚଙ୍କ ସ୍ଵାମୀ ରୂପେଶ ଭଦ୍ରଙ୍କୁ ଗିରଫ କରାଯାଇଥିଲା।

Comment