ଓଡ଼ିଶାଲାଇଭ ବ୍ୟୁରୋ

ଏ, ବି, ଓ କିମ୍ଵା ଏ+, ବି+ ଏଭଳି ରକ୍ତ ଗ୍ରୁପ ଶୁଣିଥିବେ, ହେଲେ କେବେ ବମ୍ଵେ ଫିନୋଟାଇପ୍‌ ରକ୍ତ ଗ୍ରୁପ ଶୁଣିନଥିବେ। ଏଭଳି ବିରଳ ରକ୍ତଗ୍ରୁପ ଦେଖିବାକୁ ମିଳିଛି ରାଉରକେଲାର ଦିଲ୍ଲୀପ କୁମାର ବାରିକଙ୍କ ଶରୀରରେ। ତାଙ୍କ ଶରୀରରେ ବିଶ୍ଵର ସବୁଠାରୁ ବିରଳ ରକ୍ତ ଗ୍ରୁପ୍‌ ରହିଛି। ଯାହାର ନାଁ ବମ୍ଵେ ଫିନୋଟାଇପ୍‌ ବା ଏଚ୍‌ଏଚ୍‌। ବ୍ରହ୍ମପୁର ବଡ଼ ମେଡିକାଲରେ ଜଣେ ପ୍ରସୂତି ମହିଳାଙ୍କୁ ସେ ନିଜ ରକ୍ତ ଦେଇ ଜୀବନ ବଞ୍ଚାଇଛନ୍ତି।

ବ୍ରହ୍ମପୁର ପାତ୍ରପୁର ବ୍ଲକ ମେଣ୍ଢାସିଙ୍ଗି ଗ୍ରାମର ଜଣେ ମହିଳା ଗତ ୧୨ ତାରିଖରେ ବ୍ରହ୍ମପୁର ମେଡିକାଲ ପ୍ରସୂତି ବିଭାଗରେ ଭର୍ତ୍ତି ହୋଇଥିଲେ। ପ୍ରସବ ପରେ ତାଙ୍କ ଶରୀରରୁ ମାତ୍ରାଧିକ ରକ୍ତ ଚାଲିଯାଇଥିଲା। ତେଣୁ ତାଙ୍କୁ ରକ୍ତ ନିହାତି ଦରକାର ବୋଲି ଡାକ୍ତର କହିଥିଲେ। ହେଲେ ରକ୍ତ ଆବେଦନ ବେଳେ ମହିଳାଙ୍କ ରକ୍ତ ଗ୍ରୁପ ବମ୍ଵେ ଫିନୋଟାଇପ ବା ଏଚ୍‌ଏଚ୍‌ ବୋଲି ଜଣା ପଡ଼ିଥିଲା। ଏଭଳି ରକ୍ତ ଗ୍ରୁପ୍‌ ଦେଖି ଚିନ୍ତାରେ ପଡ଼ି ଯାଇଥିଲେ ମହିଳାଙ୍କ ସ୍ଵାମୀ।

ରକ୍ତ ଭଣ୍ଡାରରେ ମଧ୍ୟ ଏହି ରକ୍ତ ନଥିଲା। ପରେ ରକ୍ତ ଭଣ୍ଡାରର ଜଣେ ଡାକ୍ତର ଏହି ଗ୍ରୁପ୍‌ର ରକ୍ତ ଖୋଜିବାକୁ ପ୍ରୟାସ କରିଥିଲେ। ସବୁ ରକ୍ତ ଭଣ୍ଡାରକୁ ଯୋଗାଯୋଗ କରିବା ପରେ ଜଣାପଡ଼ିଥିଲା ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ସହରରେ ଦିଲ୍ଲୀପ ବାରିକଙ୍କ ଶରୀରରେ ଏଭଳି ବିରଳ ରକ୍ତ ରହିଛି। ପରେ ତାଙ୍କୁ ଯୋଗାଯୋଗ କରାଯାଇଥିଲା।

ଦିଲ୍ଲୀପ ରାଉରକେଲାରୁ ବ୍ରହ୍ମପୁର ମେଡିକାଲ ଆସି ମହିଳାଙ୍କୁ ରକ୍ତ ଦେଇଥିଲେ। ଏଭଳି ବିରଳ ରକ୍ତ ଯୋଗୁଁ ଦିଲ୍ଲୀପଙ୍କୁ ଅଧିକ ରକ୍ତ ଦେବାକୁ ମନା କରାଯାଉଛି।

LEAVE A REPLY

Please enter your comment!
Please enter your name here