ଓଡ଼ିଶାଲାଇଭ ବ୍ୟୁରୋ

ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଶେଷ ଟେଷ୍ଟ ମ୍ୟାଚରେ ରୋହିତ ଶର୍ମାଙ୍କ ହିଟ୍‌ ଶୋ ଦେଖିବାକୁ ମିଳିଛି। ଏହି ମ୍ୟାଚରେ ସେ ତାଙ୍କ କ୍ୟାରିୟରର ପ୍ରଥମ ଦ୍ଵିଶତକ ହାସଲ କରିଛନ୍ତି। ୨୫୦ ବଲରୁ ସେ ୨୦୦ ରନ କରି ଟେଷ୍ଟ କ୍ରିକେଟରେ ନିଜର ପ୍ରଥମ ଦ୍ଵିଶତକ କରିଛନ୍ତି।

୧୯୯ ରନ ହୋଇଥିବା ବେଳେ ରୋହିତ ଏକ ଛକା ମାରି ନିଜ ଦ୍ଵିଶତକ ହାସଲ କରିଥିଲେ। ବର୍ତ୍ତମାନ ସେ ୨୫୩ ବଲରେ ୨୮ ଚୌକା, ୬ ଛକା ବଳରେ ୨୧୧ ରନ କରିଛନ୍ତି।

ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୩ଟିକିଆ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ଭାରତ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ଆରମ୍ଭ କରିଥିଲା। ପ୍ରଥମ ଟେଷ୍ଟରେ ଚମତ୍କାର ପ୍ରଦର୍ଶନ କରିଥିବା ମୟଙ୍କ ଅଗ୍ରଓ୍ଵାଲ କିନ୍ତୁ ଏଥର ବିଫଳ ହୋଇଥିଲେ। ହେଲେ ରୋହିତ ଶର୍ମା ନିଜ ଏହି ମ୍ୟାଚରେ ତାଙ୍କ ଶୋ ଦେଖାଇଥିଲେ।

ପରେ ଚେତେଶ୍ଵର ପୂଜାରା ଓ ବିରାଟ କୋହଲି ମଧ୍ୟ ବିଫଳ ହୋଇଥିଲେ। ହେଲେ ପଞ୍ଚମ ଓ୍ଵିକେଟରେ ଆଜିଙ୍କ୍ୟ ରାହାଣେ ଯୋଗ ଦେଇ ଚମତ୍କାର ବ୍ୟାଟିଂ କରିଥିଲେ। ରାହାଣେ ୧୯୨ ବଲରୁ ୧୧୫ ରନ କରି ଆଉଟ ହୋଇଯାଇଛନ୍ତି।

Comment