ଓଡ଼ିଶାଲାଇଭ୍ ବ୍ୟୁରୋBijepur Vote

ଚାଲିଛି ବିଜେପୁର ଉପନିର୍ବାଚନ। ସକାଳ ୭ଟାରୁ ଭୋଟର ନିଜର ମତଦାନ ଆରମ୍ଭ କରିଛନ୍ତି। ଦିନ ୧ଟା ସୁଦ୍ଧା ବିଜେପୁରରେ ୩୭.୧୦ ପ୍ରତିଶତ ମତଦାନ ହୋଇଛି। ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ସୂଚନା ଦିଆଯାଇଛି।

ସକାଳ ୯ଟା ସୁଦ୍ଧା ବିଜେପୁରରେ ୧୧ ପ୍ରତିଶତ ଭୋଟଦାନ ହୋଇଥିଲା ବେଳେ ଦିନ ୧୧ ସୁଦ୍ଧା ଏହା ୨୫.୭ ପ୍ରତିଶତକୁ ବୃଦ୍ଧି ପାଇଥିଲା।

ଏଥର ବିଜେପୁର ମଇଦାନରେ ଅଛନ୍ତି ୫ ପ୍ରାର୍ଥୀ। ବିଜେଡିରୁ ରୀତା ସାହୁ, ବିଜେପିରୁ ସନତ ଗଡ଼ତିଆ ଏବଂ କଂଗ୍ରେସରୁ ଦିଲ୍ଲୀପ ପଣ୍ଡାଙ୍କ ସମେତ ଦୁଇ ଜଣ ସ୍ୱାଧୀନ ପ୍ରାର୍ଥୀ ଅଛନ୍ତି। ଏହି ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ବିଜେପୁରବାସୀ।

Comment