ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଷ୍ଟ୍ରାୟତ୍ତ ବ୍ୟାଙ୍କ ମିଶ୍ରଣକୁ ବିରୋଧ କରି ଦେଶବ୍ୟାପି ବ୍ୟାଙ୍କ ଧର୍ମଘଟ। ଆଜି ଗୋଟିଏ ଦିନ ପାଇଁ ବ୍ୟାଙ୍କ ଧର୍ମଘଟ ଡାକରା ଦେଇଛନ୍ତି ସର୍ବ ଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘ।

କେନ୍ଦ୍ର ସରକାରଙ୍କ ପକ୍ଷରୁ ୧୦ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ମିଶ୍ରଣକୁ ବିରୋଧ କରିଛନ୍ତି ବ୍ୟାଙ୍କ କର୍ମଚାରୀ ସଂଘ। ଏହି ପ୍ରସଙ୍ଗରେ ଶ୍ରମ ମନ୍ତ୍ରାଳୟ ସହ ବ୍ୟାଙ୍କ କର୍ମଚାରୀ ସଂଘର ଆଲୋଚନା ବିଫଳ ହେବା ପରେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ଏହି ଧର୍ମଘଟ ହୋଇଛି।

ଏହି ଧର୍ମଘଟରେ ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆର କର୍ମଚାରୀ ସାମିଲ ହୋଇନାହାନ୍ତି।

Comment