ଓଡ଼ିଶାଲାଇଭ୍ ବ୍ୟୁରୋ

ମାର୍ଚ୍ଚ ମାସରେ ଲଗାତାର ଆଠ ଦିନ ପାଇଁ ବନ୍ଦ ରହିବନି ବ୍ୟାଙ୍କ। ମାର୍ଚ୍ଚ ୧୧ରୁ ୧୩ର ହେବାକୁ ଥିବା ବ୍ୟାଙ୍କ ଧର୍ମଘଟକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ଘୁଞ୍ଚାଇ ଦିଆଯାଇଛି। ଏନେଇ ଶନିବାର ଅଲ୍ ଇଣ୍ଡିଆ ବ୍ୟାଙ୍କ ଅଫିସର ମହାସଂଘର ଆବାହକ ସମ୍ବିତ ମିଶ୍ର ସୂଚନା ଦେଇଛନ୍ତି।

ଆସନ୍ତା ମାର୍ଚ୍ଚ ମାସ ୮ ତାରିଖରୁ ଲଗାତାର ଆଠ ଦିନ ପାଇଁ ବ୍ୟାଙ୍କ ବନ୍ଦ ରହିବ ବୋଲି ଖବର ପ୍ରକାଶ ପାଇଥିଲା। ମାର୍ଚ୍ଚ ୮ ତାରିଖରେ ରବିବାର ପଡୁଥିବାରୁ ସେହିଦିନ ବ୍ୟାଙ୍କ ବନ୍ଦ ରହିବ। ସେହିପରି ୯ ଓ ୧୦ ତାରିଖ ଦୋଳ ପୂର୍ଣ୍ଣିମା ଓ ହୋଲି ସକାଶେ ମଧ୍ୟ ବ୍ୟାଙ୍କ୍ କାର୍ଯ୍ୟ ବନ୍ଦ ରହିବ।

ଏହାପରେ ୧୧ରୁ ୧୩ ତାରିଖ ପର୍ଯ୍ୟନ୍ତ ବ୍ୟାଙ୍କ ଧର୍ମଘଟ ପାଇଁ ବ୍ୟାଙ୍କ ବନ୍ଦ ରହିବ ବୋଲି ଯେଉଁ ଖବର ପ୍ରକାଶ ପାଇଥିଲା ଏହାକୁ ବର୍ତ୍ତମାନ ସ୍ଥଗିତ କରିଦିଆଯାଇଛି। ଅର୍ଥାତ ମାର୍ଚ୍ଚ ୧୧ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ପୂର୍ବଭଳି ବ୍ୟାଙ୍କ କାର୍ଯ୍ୟ ଚାଲୁରହିବ।

ଏହାପରେ ମାର୍ଚ୍ଚ ୧୪ ତାରିଖ ଦ୍ୱିତୀୟ ଶନିବାର ଓ ୧୫ ତାରିଖ ରବିବାର ହେତୁ ବ୍ୟାଙ୍କ ବନ୍ଦ ରହିବ।

Comment