ଓଡ଼ିଶାଲାଇଭ୍ ବ୍ୟୁରୋ

ମାର୍ଚ୍ଚ ୨୭ରୁ ଏପ୍ରିଲ ୪ ମଧ୍ୟରେ ଦେଶର ସମସ୍ତ ସରକାରୀ ଓ ବେସରକାରୀ ବ୍ୟାଙ୍କଗୁଡ଼ିକ ପ୍ରାୟ ୭ ଦିନ ବନ୍ଦ ରହିବ। ଆରବିଆଇ ଗାଇଡଲାଇନ ଅନୁସାରେ ମାର୍ଚ୍ଚ ୨୭ ଚତୁର୍ଥ ଶନିବାର ଓ ୨୮ ରବିବାର ପଡ଼ୁଥିବାରୁ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ।

ମାର୍ଚ୍ଚ ୨୯ ସୋମବାର ହୋଲି ପର୍ବ ପଡୁଥିବାରୁ ବ୍ୟାଙ୍କ ବନ୍ଦ ରହିବ। ଆରବିଆଇ ଗାଇଡଲାଇନ ଅନୁସାରେ ମାର୍ଚ୍ଚ ୩୦ ତାରିଖରେ ପାଟନାରେ ହୋଲି ପର୍ବ ପାଳନକୁ ଦୃଷ୍ଟିରେ ରଖି କେବଳ ସେହିଠାରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ। କିନ୍ତୁ ଅନ୍ୟାନ୍ୟ ସ୍ଥାନରେ ଏହି ଦିନ ବ୍ୟାଙ୍କ ଖୋଲା ରହିବ। ବ୍ୟାଙ୍କଗୁଡ଼ିକ ଛୁଟିଥିଲେ ମଧ୍ୟ ଗ୍ରାହକମାନେ ଅନଲାଇନ ବ୍ୟାଙ୍କିଂ ଓ ଏଟିଏମ୍ ସୁବିଧା ପାଇପାରିବେ।

କେଉଁ ଦିନ ଓ କାହିଁକି ବନ୍ଦ

  • ମାର୍ଚ୍ଚ ୨୭ – ମାସର ଚତୁର୍ଥ ଶନିବାର
  • ମାର୍ଚ୍ଚ ୨୮ – ରବିବାର
  • ମାର୍ଚ୍ଚ ୨୯ – ହୋଲି ପର୍ବ
  • ମାର୍ଚ୍ଚ ୩୦ – କେବଳ ପାଟନାରେ ହୋଲି ପର୍ବ ପାଇଁ ବ୍ୟାଙ୍କ ବନ୍ଦ
  • ମାର୍ଚ୍ଚ ୩୧ – ଆର୍ଥିକ ବର୍ଷର ଶେଷ ଦିନ
  • ଏପ୍ରିଲ ୧ – ବାର୍ଷିକ ଆକାଉଣ୍ଟ କ୍ଲୋଜିଂ ବର୍ଷ
  • ଏପ୍ରିଲ ୨ – ଗୁଡ ଫ୍ରାଇଡେ
  • ଏପ୍ରିଲ ୪ – ରବିବାର

Comment