ଓଡ଼ିଶାଲାଇଭ୍‌ ବ୍ୟୁରୋ

ଯଦି ବ୍ୟାଙ୍କରେ କୌଣସି ଗୁରୁତ୍ୱପୂର୍ଣ୍ଣ କାମ ରହିଛି ତେବେ ଶୀଘ୍ର ହିଁ ସାରି ଦିଅନ୍ତୁ। କାହିଁକି ନାଁ ଆସନ୍ତା ଶୁକ୍ରବାର ଠାରୁ ୩ ଦିନ ଯାଏଁ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ। ଆସନ୍ତା ୨୨ରୁ ୨୪ ତାରିଖ ଯାଏଁ ଶୁକ୍ରବାର ଶନିବାର ଓ ରବିବାର ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ।

ମାର୍ଚ୍ଚ ୧୨ ଶୁକ୍ରବାରରେ ହୋଲି ପଡ଼ୁଥିବାରୁ ସାଧାରଣତଃ ବ୍ୟାଙ୍କ ବନ୍ଦ ରହିବ। ସେହିପରି ଶନିବାରଟି ମାସର ଚତୁର୍ଥ ଶନିବାର ହୋଇଥିବାରୁ ଏହି ଦିନ ମଧ୍ୟ ବ୍ୟାଙ୍କ ବନ୍ଦ ରହିବ। ଶେଷରେ ଦିନ୨୪ ମାର୍ଚ୍ଚ ରବିବାର ହୋଇଥିବାରୁ ବ୍ୟାଙ୍କ କାମ ସ୍ୱଭାବିକଭାବେ ବନ୍ଦ ରହିବ।

ଲଗାତାର ଭାବେ ତିନିଦିନ ଧରି  ବ୍ୟାଙ୍କଗୁଡ଼ିକ ବନ୍ଦ ରହୁଥିବାରୁ ବଜାରରେ ଅର୍ଥାଭାବ ଦେଖାଯିବା ନେଇ ଆଶଙ୍କା କରାଯାଉଛି। ଏଭଳି ସ୍ଥିତିରେ ଏଟିଏମ୍‌ ଗୁଡ଼ିକରେ ଯଥେଷ୍ଟ ଟଙ୍କା ଭର୍ତ୍ତି କରାଯିବାର ଆବଶ୍ୟତା ରହିଛି। ଲଗାତାର ଛୁଟିକୁ ଦୃଷ୍ଟିରେ ରଖି ବ୍ୟାଙ୍କର ଗୁରୁତ୍ୱପୂର୍ଣ୍ଣ କାମକୁ ଶୀଘ୍ର ହିଁ ସାରି ଦିଅନ୍ତୁ।

Comment