ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟର ସମସ୍ତ କୋର୍ଟ ଶନିବାର ବନ୍ଦ ରହିବ। ହାଇକୋର୍ଟଙ୍କ ପକ୍ଷରୁ ଏନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଜାନୁଆରି ୨୯ରେ ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ଜାରି କରିଥିବା ବିଜ୍ଞପ୍ତି ଅନୁଯାୟୀ ଉଚ୍ଚ ନ୍ୟାୟାଳୟଙ୍କ ପକ୍ଷରୁ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି।

କାର୍ଯ୍ୟ ଦିବସ ଥିବା ସବୁ ଶନିବାର ସବ ଡିଭିଜନାଲ କୋର୍ଟ, ଟ୍ରିବୁନାଲ କୋର୍ଟ ଓ ଏହାର କାର୍ଯ୍ୟାଳୟ ବନ୍ଦ ରହିବ। ହାଇକୋର୍ଟ ସମେତ ରାଜ୍ୟର ସମସ୍ତ କୋର୍ଟ ସପ୍ତାହରେ କେବଳ ୫ ଦିନ କାର‌୍ୟ୍ୟ କରିବା ନେଇ ବିଜ୍ଞପ୍ତିରେ ପ୍ରକାଶ ପାଇଛି।

Comment