ଓଡ଼ିଶାଲାଇଭ୍ ବ୍ୟୁରୋ

ଓଲିଉଡ ଅଭିନେତା ବାବୁସାନଙ୍କ ପତ୍ନୀ ତୃପ୍ତି ଶତପଥୀଙ୍କ ବିରୋଧରେ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ଅଭିନେତ୍ରୀ ପ୍ରକୃତି ମିଶ୍ର। ଗତ ଜୁଲାଇ ୨୩ ତାରିଖରେ ରାସ୍ତାରୁ ଆରମ୍ଭ ହୋଇଥିବା ବିବାଦ ହାଇକୋର୍ଟରେ ପହଞ୍ଚିଛି। ବାବୁସାନଙ୍କ ସହ ଗାଡ଼ିରେ ଯିବା ପାଇଁ ବାହାରୁଥିବାବେଳେ ତୃପ୍ତି ତାଙ୍କ ଅତର୍କିତ ଆକ୍ରମଣ କରିଥିଲେ। ସ୍ୱାମୀ ବାବୁସାନଙ୍କ ସହ ପ୍ରକୃତିଙ୍କ ଅନୈତିକ ସମ୍ପର୍କ ଥିବାର ସେ ଏପରି ଆକ୍ରମଣ କରିଥିବା ତୃପ୍ତି କହିଥିଲେ।

ଅନ୍ୟପଟେ ଖାରବେଳନଗର ଥାନାରେ ପ୍ରକୃତିଙ୍କ ବାପା ମନ୍ମଥ ମିଶ୍ର ଓ ମାଆ କୃଷ୍ଣପ୍ରିୟା ମିଶ୍ର ଏକ ଏତଲା ଦେଇଥିଲେ । ଏତଲାରେ ତୃପ୍ତି ଓ ତାଙ୍କ ପିତା ଲଳିତ ଶତପଥୀଙ୍କ ନାମରେ ଅଭିଯୋଗ ରହିଥିଲା। ତେବେ ଏତଲାକୁ ଆଧାର କରି ପୋଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବା ଦର୍ଶାଇ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ପ୍ରକୃତି।

ଏ ସମ୍ପର୍କରେ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି ପ୍ରକୃତି । ବାବୁସାନଙ୍କ ପତ୍ନୀ ତାଙ୍କ ଉପରେ ଆକ୍ରମଣ କରିଥିବା ସମେସ୍ତେ ଦେଖିଛନ୍ତି ଓ ତାଙ୍କୁ ଏପର୍ଯ୍ୟନ୍ତ ନ୍ୟାୟ ମିଳିନଥିବା ସେ କହିଛନ୍ତି। କୋର୍ଟ ଉପରେ ତାଙ୍କର ସମ୍ପୂର୍ଣ୍ଣ ଭରସା ଅଛି ଏବଂ ଏବଂ ସେ ନିଶ୍ଚୟ ନ୍ୟାୟ ପାଇବେ ବୋଲି ଆଶା ରଖିଥିବା କହିଛନ୍ତି ପ୍ରକୃତି।

ଅନ୍ୟପଟେ ପ୍ରକୃତିଙ୍କ ଓକିଲ ବ୍ୟୋମକେଶ ତ୍ରିପାଠୀ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି। ଏତଲାରେ ଅନେକ ଆରୋପ ଥିଲେ ମଧ୍ୟ ଉପଯୁକ୍ତ ଦଫା ଲାଗି ନଥିବା ସେ କହିଛନ୍ତି । ଅଭିଯୋଗର ଦୀର୍ଘଦିନ ବିତିଯାଇଥିଲେ ମଧ୍ୟ ପୋଲିସ୍ ତଦନ୍ତରେ ତତ୍ପରତା ଦେଖାଉନଥିବା ଅଭିଯୋଗରେ ପ୍ରକୃତି କୋର୍ଟର ଆଶ୍ରୟ ନେଇଥିବା ସେ ସୂଚନା ଦେଇଛନ୍ତି।  ଅଭିଯୋଗରେ ଗୃହ ସଚିବ ଓ ଖାରବେଳ ନଗର ଥାନା ଆଇଆଇସିଙ୍କୁ ପକ୍ଷଭୁକ୍ତ କରାଯାଇଥିବା ପ୍ରକୃତିଙ୍କ ଓକିଲ କହିଛନ୍ତି। ନିରପେକ୍ଷ ସଂସ୍ଥା ଦ୍ୱାରା ତଦନ୍ତ କରିବା ପାଇଁ ହାଇକୋର୍ଟରେ ଅପିଲ କରାଯାଇଥିବା ସେ କହିଛନ୍ତି।

Tags: #Babushanmohanty #prakrutimishra # truptisatapathy #highcourt #ollywoodstar #celebrity # byamokeshtripathy

Comment