ଓଡ଼ିଶାଲାଇଭ୍ ବ୍ୟୁରୋ

ଯୁବ ବ୍ୟବସାୟୀ ତଥା ମଡେଲ ସୌମ୍ୟ ରଞ୍ଜନ ପାଣିଗ୍ରାହୀଙ୍କ ସନ୍ଦେହଜନକ ମୃତ୍ୟୁ ମାମଲା ଉପରୁ ଏଯାଏଁ ହଟିନି ପରଦା। ଏହି ଘଟଣାକୁ ବର୍ଷେ ପୂରିବାକୁ ଯାଉଥିବାବେଳେ ନ୍ୟାୟ ଅପେକ୍ଷାରେ ରହିଛନ୍ତି ପରିବାର ଲୋକେ। ଏହାରି ମଧ୍ୟରେ ଶୁକ୍ରବାର ଦିନ ମୌମ୍ୟଙ୍କ ମୃତ୍ୟୁ ମାମଲାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିବା ନିମନ୍ତେ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।

କେବଳ ସେତିକି ନୁହେଁ ଆସନ୍ତା ୩ ମାସ ମଧ୍ୟରେ ମୌମ୍ୟ ମୃତ୍ୟୁ ମାମଲାର ତଦନ୍ତ ଶେଷ କରିବାକୁ କ୍ରାଇମବ୍ରାଞ୍ଚ ଏସପିଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଗତ ୨୦୨୩ ମସିହା ଜାନୁଆରି ୩୦ ତାରିଖରେ ସୌମ୍ୟରଞ୍ଜନ ପାଣିଗ୍ରାହୀଙ୍କର ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଥିଲା। ସୌମ୍ୟ ଛାଡ଼ିଯାଇଥିବା ତାଙ୍କ ହାତ ଲେଖାଚିଠିରେ ନିଜ ବାନ୍ଧବୀ ସୋନାଲିଙ୍କ ନାଁ ଉଲ୍ଲେଖ କରିଥିଲେ। ସୌମ୍ୟଙ୍କୁ ମୃତ୍ୟୁ ପାଇଁ ପରିବାର ଲୋକ ତାଙ୍କ ବାନ୍ଧବୀଙ୍କୁ ଦାୟୀ କରି ଥାନାର ଦ୍ଵାରସ୍ଥ ହୋଇଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିଲା।

ଏହାକୁ ନେଇ ହାଇକୋର୍ଟଙ୍କ ଆଶ୍ରୟ ନେଇଥିଲେ ମୃତ ସୌମ୍ୟରଞ୍ଜନ ପାଣିଗ୍ରାହୀଙ୍କ ପରିବାର ଲୋକେ। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ସୋନାଲି ଏବଂ ତାଙ୍କ ମା’ଙ୍କ ନାଁରେ ମାମଲା ରୁଜୁ କରାଯାଇଥିଲା। ଆଜି ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାର ତଦନ୍ତ ଭାର କ୍ରାଇବ୍ରାଞ୍ଚକୁ ହସ୍ତାନ୍ତର କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Tags: #ModelSoumyaRanjanPanigrahiUnnaturalDeathCase #HighCourt #CrimeBranchInvestigation

Comment