ଓଡ଼ିଶାଲାଇଭ୍ ବ୍ୟୁରୋ

କର୍ଣ୍ଣାଟକରେ ହିଜାବକୁ ନେଇ ଚାଲିଥିବା ବିବାଦ ଉପରେ ଗୁରୁବାର ହାଇକୋର୍ଟଙ୍କ ତିନିଜଣିଆ ଖଣ୍ଡପୀଠ ଶୁଣାଣି କରିଛନ୍ତି। ମାମଲା ଅଦାଲତରେ ବିଚାରାଧୀନ ଥିବା ପର୍ଯ୍ୟନ୍ତ ଏବଂ ସମାଧାନ ନହେବା ପର୍ଯ୍ୟନ୍ତ କୌଣସି ଛାତ୍ରଛାତ୍ରୀ ହିଜାବ, ଗେରୁଆ ସ୍କାର୍ଫ କିମ୍ବା ନୀଳ ସ୍କାର୍ଫ ପିନ୍ଧି ଶିକ୍ଷାନୁଷ୍ଠାକୁ ଆସିପାରିବେ ନାହିଁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ଖୋଲିବା ପାଇଁ କୋର୍ଟଙ୍କ ନିର୍ଦ୍ଦେଶ ପରେ ସୋମବାରଠାରୁ ଶିକ୍ଷାନୁଷ୍ଠାନଗୁଡ଼ିକ ଖୋଲିବାକୁ କର୍ଣ୍ଣାଟକ ସରକାର ଘୋଷଣା କରିଛନ୍ତି। ମୁଖ୍ୟ ବିଚାରପତି ଋତୁରାଜ ଅଓ୍ଵସି, ଜଷ୍ଟିସ କ୍ରିଷ୍ଣା ଏମ ଦିକ୍ଷୀତ ଏବଂ ଜଷ୍ଟିସ ଖାଜି ଜୈବୁନ୍ନେସା ମୋହିଉଦ୍ଦିନଙ୍କ ୩ ଜଣିଆ ଖଣ୍ଡିପୀଠ ହିଜାବ ବିବାଦ ମାମଲାରେ ଅନ୍ତରୀଣ ରାୟ ଦେବା ସହ ମାମଲାର ଶୁଣାଣିକୁ ଆସନ୍ତା ସୋମବାର ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି।

କର୍ଣ୍ଣାଟକ ଉଡ୍ଡୁପି ପ୍ରି ୟୁନିଭର୍ସିଟି ମହିଳା କଲେଜକୁ ୬ ଜଣ ମୁସଲମାନ ସମ୍ପ୍ରଦାୟର ଛାତ୍ରୀ ଗତ ଜାନୁଆରି ମାସରେ ହିଜାବ ପିନ୍ଧି ଆସିଥିଲେ। କିନ୍ତୁ ସେମାନଙ୍କୁ ଶ୍ରେଣୀ ଗୃହରେ ପ୍ରବେଶ କରିବାକୁ ଦିଆଯାଇନଥିଲା। ଏହାର ବିରୋଧ କରି ଛାତ୍ରୀମାନେ ଗତ ଜାନୁଆରି ୩୧ ତାରିଖରେ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ। ହିଜାବ ପିନ୍ଧି ଶିକ୍ଷାନୁଷ୍ଠାକୁ ଅନୁମତି ଦେବା ପାଇଁ କର୍ଣ୍ଣାଟକ ହାଇ କୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ। ସେବେଠାରୁ ଏହି ମାମଲା କୋର୍ଟରେ ବିଚାରାଧୀନ ରହିଛି।

ହିଜାବକୁ ନେଇ ଚାଲିଥିବା ବିବାଦ କେବଳ କର୍ଣ୍ଣାଟକରେ ସୀମିତ ହୋଇ ରହିନାହିଁ। ଏହାକୁ ନେଇ ସାରା ଦେଶରେ ଚର୍ଚ୍ଚା ଚାଲିଛି। ଅନେକ ହିଜାବକୁ ବିରୋଧ କରୁଥିବାବେଳେ ହିଜାବ ସମର୍ଥନରେ ଅନେକ ଆଗକୁ ଆସିଛନ୍ତି। ଶିକ୍ଷାନୁଷ୍ଠାନଗୁଡ଼ିକରେ ହିଜାବକୁ ବିରୋଧ କରି କିଛି ଛାତ୍ରଛାତ୍ରୀ ଗେରୁଆ ସ୍କାର୍ଫ ପରିଧାନ କରି ଆନ୍ଦୋଳନକୁ ମଧ୍ୟ ଓହ୍ଲାଇ ଥିଲେ। ପରେ ପରେ ହିଜାବକୁ ସମର୍ଥନ କରି ଆଉ କିଛି ଛାତ୍ର ବ୍ଲ୍ୟୁ ସ୍କାର୍ଫ ପିନ୍ଧି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଉଭୟ ବିରୋଧୀ ଏବଂ ସମର୍ଥକଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା। ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ କର୍ଣ୍ଣାଟକ ସରକାର ଶିକ୍ଷାନୁଷ୍ଠାନଗୁଡ଼ିକୁ କିଛି ଦିନ ବନ୍ଦ ରଖିବାକୁ ଘୋଷଣା କରିଥିଲେ। ହିଜାବ ବିବାଦ ମାମଲା ଉପରେ କର୍ଣ୍ଣାଟକ ହାଇକୋର୍ଟରେ ବିଚାର ଚାଲିଛି।

କର୍ଣ୍ଣାଟକରେ ହିଜାବକୁ ନେଇ ମୁଣ୍ଡ ଟେକିଥିବା ବିବାଦ ହିଂସାତ୍ମକ ରୂପ ଧାରଣ କରିଛି। ଏହାକୁ ନେଇ ରାଜନୀତି ମଧ୍ୟ ଆରମ୍ଭ ହୋଇଛି। ହିଜାବ ବିବାଦକୁ ନେଇ ବିରୋଧୀ ଏବଂ ସମର୍ଥକଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଯୋଗୁଁ ରାଜ୍ୟର ସମସ୍ତ ସ୍କୁଲ ଏବଂ କଲେଜକୁ ତିନିଦିନ ପାଇଁ ବନ୍ଦ ରଖିବାକୁ ସରକାର ଘୋଷଣା କରିଥିଲେ। ଉଭୟ ଗୋଷ୍ଠୀଙ୍କୁ ଶାନ୍ତି ରକ୍ଷା କରିବା ପାଇଁ ଉଚ୍ଚ ନ୍ୟାୟଳୟ ନିର୍ଦ୍ଦେଶ ଦେଇଥିଲେ।

ଗତ ଜାନୁଆରି ମାସରେ ଉଡୁପିର ପ୍ରି ୟୁନିଭର୍ସିଟି ମହିଳା କଲେଜରେ ହିଜାବକୁ ନେଇ ଆନ୍ଦୋଳନ ଆରମ୍ଭ ହୋଇଥିଲା। ମୁସଲମାନ ସମ୍ପ୍ରଦୟର ୬ ଜଣ ଛାତ୍ରୀ କଲେଜକୁ ହିଜାବ ପିନ୍ଧି ଆସିଥିବରୁ ସେମାନଙ୍କୁ ଶ୍ରେଣୀ ଗୃହରେ ପ୍ରବେଶ କରିବାକୁ ଅନୁମତି ଦିଆଯାଇନଥିବା ଅଭିଯୋଗ ହୋଇଥିଲା। କଲେଜର କିଛି ଛାତ୍ର ଗେରୁଆ ସ୍କାର୍ଫ ଧାରଣ କରି ହିଜାବ ପିନ୍ଧି ଶିକ୍ଷାନୁଷ୍ଠାନ ଆସିବାକୁ ବିରୋଧ କରିଥିଲେ। ଏହିଠାରୁ ହିଜାବ ବିବାଦର ସୂତ୍ରପାତ ହୋଇଥିଲା। ହିଜାବ ବିବାଦ ଘଟଣାରେ ପାକିସ୍ଥାନ ସରକାର କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି।

Comment