ଓଡ଼ିଶାଲାଇଭ୍ ବ୍ୟୁରୋ

କଳାହଣ୍ଡିର ବହୁଚର୍ଚ୍ଚିତ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲା ହାଇକୋର୍ଟରେ ପହଞ୍ଚିଛି। ଘଟଣାର ସିବିଆଇ ତଦନ୍ତ ଦାବି କରି ଭାରତୀୟ ବିକାଶ ପରିଷଦ ଗୁରୁବାର ହାଇକୋର୍ଟରେ ଏକ ଜନସ୍ଵାର୍ଥ ମାମଲା ଦାୟର କରିଛି।ଭାରତୀୟ ବିକାଶ ପରିଷଦ ପକ୍ଷରୁ ହୋଇଥିବା ଏହି ମାମଲାରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗକୁ ପକ୍ଷଭୁକ୍ତ କରାଯାଇଛି। ସେହିପରି ମାମଲାଟିକୁ ତଦନ୍ତ ପାଇଁ ସିବିଆଇକୁ ହସ୍ତାନ୍ତର କରିବା ସହିତ ମମିତାଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ପରିଷଦ ପକ୍ଷରୁ ଦାବି କରାଯାଇଛି।

ଅନ୍ୟପଟେ ମମିତାଙ୍କ ମୃତଦେହ ପୋତା ଯାଇଥିବା ମହାଲିଙ୍ଗ ଷ୍ଟାଡିୟମକୁ ଉତ୍ତରାଞ୍ଚଳ ଡିଆଇଜି ଏବଂ ବଲାଙ୍ଗିର ଏସ୍‌ପି ଗସ୍ତ କରିଛନ୍ତି। ଏକ ସ୍ଵତନ୍ତ୍ର ତଲାସୀ ଦଳ ଘଟଣାସ୍ଥଳରୁ ମମିତାଙ୍କ ମାବୋଇଲ୍ ଫୋନ୍ ଖୋଜୁଛି।

Comment