ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟର ସମସ୍ତ ବ୍ୟାଙ୍କ ଗୁରୁବାରଠାରୁ ୪ ଦିନ ପାଇଁ ବନ୍ଦ ରହିବ। ଜାନୁଆରି ୩୦ ତାରିଖରୁ ଏହି ବନ୍ଦ ଆରମ୍ଭ ହୋଇ ଫେବ୍ରୁଆରି ୨ ତାରିଖ ପର୍ଯ୍ୟନ୍ତ ଚାଲିବ।

ଗୁରୁବାର ସରସ୍ୱତୀ ପୂଜା କାରଣରୁ ରାଜ୍ୟର ସମସ୍ତ ବ୍ୟାଙ୍କ ବନ୍ଦ ରହିବ। ସେହିପରି ଜାନୁଆରି ୩୧ ତାରିଖ ଓ ଫେବ୍ରୁଆରି ୧ ତାରିଖରେ ବ୍ୟାଙ୍କ୍ ୟୁନିୟନ ଧର୍ମଘଟର ଡାକରା ଦେଇଥିବା ହେତୁ ବ୍ୟାଙ୍କ୍ ବନ୍ଦ ରହିବ।

ଅନ୍ୟପଟେ ଫେବ୍ରୁଆରି ୨ ତାରିଖ ରବିବାର ପଡୁଥିବାରୁ ଏହିଦିନ ମଧ୍ୟ ବ୍ୟାଙ୍କ୍ ବନ୍ଦ ରହିବ। ଲଗାତାର ୪ ଦିନ ପାଇଁ ରାଜ୍ୟର ସମସ୍ତ ବ୍ୟାଙ୍କ ବନ୍ଦ ରହିବ।

Comment