ଓଡ଼ିଶାଲାଇଭ୍ ବ୍ୟୁରୋ

ସର୍ବଭାରତୀୟ ସ୍ତରରେ ଅକ୍ଟୋବର ମାସରେ ଦେଶ ସମସ୍ତ ବ୍ୟାଙ୍କ ପ୍ରାୟ ୧୪ ଦିନ ବନ୍ଦ ରହିବ। ଲଗାତାର ଭାବେ ନହେଲେ ବି ପର୍ୟ୍ୟାୟକ୍ରମେ ଭିନ୍ନ ଭିନ୍ନ ଦିନରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ। ତେବେ ଓଡ଼ିଶାରେ ମଧ୍ୟ ୧୪ ଦିନ ବ୍ୟାଙ୍କ ବନ୍ଦ ରହିବ ନା ନାହିଁ ତାହା ନିଶ୍ଚିତ ହୋଇନାହିଁ।

ଅକ୍ଟୋବରରେ ପ୍ରତି ରବିବାର ବ୍ୟତୀତ ଦିତ୍ଵୀୟ ଓ ଚତୁର୍ଥ ଶନିବାର ବ୍ୟାଙ୍କ ବନ୍ଦ ରହିବ। ଭାରତୀୟ ରିଜର୍ଭ ବ୍ୟାଙ୍କ ଜାରି କରିଥିବା ଗାଇଡଲାଇନ ଅନୁସାରେ ସମସ୍ତ ସରକାରୀ ଛୁଟିଦିନରେ ବ୍ୟାଙ୍କ ବନ୍ଦ ରହିବ। ମାତ୍ର କିଛି ଛୁଟି ଆଞ୍ଚଳିକ ଭାବେ ପାଳନ କରାଯିବ। ସେହି ଛୁଟିଗୁଡ଼ିକ କିଛି ରାଜ୍ୟ ଭିତରେ ସୀମିତ ରହିବ। ଆଞ୍ଚଳିକ ଛୁଟିଗୁଡ଼ିକର ନିଷ୍ପତ୍ତି ରାଜ୍ୟ ସରକାର ଗ୍ରହଣ କରିବେ।

ଜାଣନ୍ତୁ କେଉଁ କେଉଁ ଦିନ ବନ୍ଦ ରହିବ ବ୍ୟାଙ୍କ –

  • ଅକ୍ଟୋବର ୨ – ଗାନ୍ଧୀ ଜୟନ୍ତୀ
  • ଅକ୍ଟୋବର ୪ – ରବିବାର
  • ଅକ୍ଟୋବର ୮ – ଛେଲମ୍ (ଆଞ୍ଚଳିକ ପର୍ବ)
  • ଅକ୍ଟୋବର ୧୦ – ଦିତ୍ଵୀୟ ଶନିବାର
  • ଅକ୍ଟୋବର ୧୧ – ରବିବାର
  • ଅକ୍ଟୋବର ୧୭ – କଟି ବିହୁ (ଆଞ୍ଚଳିକ ପର୍ବ)
  • ଅକ୍ଟୋବର ୧୮ – ରବିବାର

  • ଅକ୍ଟୋବର ୨୩ – ମହାସପ୍ତମୀ
  • ଅକ୍ଟୋବର ୨୮ – ମହାଷ୍ଟମୀ
  • ଅକ୍ଟୋବର ୨୫ – ରବିବାର
  • ଅକ୍ଟୋବର ୨୬ – ବିଜୟାଦଶମୀ
  • ଅକ୍ଟୋବର ୨୯ – ମିଲାଦ-ଏ-ସରିଫ୍ (ଆଞ୍ଚଳିକ)
  • ଅକ୍ଟୋବର ୩୦ – ଇଦ୍-ଏ-ମିଲାଦ୍
  • ଅକ୍ଟୋବର ୩୧ – ବାଲ୍ମିକୀ ଜୟନ୍ତୀ (ଆଞ୍ଚଳିକ)

Comment