ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚଳିତ ସପ୍ତାହରେ ୩ ଦିନ ବନ୍ଦ ରହିବ ବ୍ୟାଙ୍କ। ଆପଣଙ୍କର ଯଦି ବ୍ୟାଙ୍କରେ କିଛି କାମ ଅଛି ତାହେଲେ ତୁରନ୍ତ ସାରି ଦିଅନ୍ତୁ। ଜାନୁଆରି ୩୧ ତାରିଖରୁ ଫେବ୍ରୁଆରି ୨ ତାରିଖ ପର୍ଯ୍ୟନ୍ତ ଲଗାତାର ୩ ଦିନ ଧରି ବ୍ୟାଙ୍କ ବନ୍ଦ ରହିବ।

ଅଲ ଇଣ୍ଡିଆ ବ୍ୟାଙ୍କ ୟୁନିୟନ୍ ଜାନୁଆରି ୩୧ ଓ ଫେବ୍ରୁଆରି ୧ ଦୁଇ ଦିନ ଧରି ବ୍ୟାଙ୍କ ଧର୍ମଘଟ କରିବାକୁ ଘୋଷଣା କରିଛି।

ସେହିଦିନ ସଂସଦରେ ବଜେଟ୍ ଅଧିବେଶନ ଆରମ୍ଭ ହେବା ସହିତ ଫେବ୍ରୁଆରି ୧ରେ ବଜେଟ୍ ଉପସ୍ଥାପିତ ହେବ। ତେଣୁ ଧର୍ମଘଟ ପାଇଁ ଏହା ପ୍ରକୃଷ୍ଟ ସମୟ ବୋଲି କହିଛି ବ୍ୟାଙ୍କ ୟୁନିୟନ। ସେହିପରି ଫେବ୍ରୁଆରି ୨ ତାରିଖ ରବିବାର ପଡ଼ୁଥିବାରୁ ସେହିଦିନ ମଧ୍ୟ ବ୍ୟାଙ୍କ ବନ୍ଦ ରହିବ।

Comment