ଓଡ଼ିଶାଲାଇଭ ବ୍ୟୁରୋ

ମଧ୍ୟାହ୍ନ ଭୋଜନର ଗୁଣବତ୍ତା ଯାଞ୍ଚ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନୂଆ ନିଷ୍ପତ୍ତି। ଏଣିକି ସ୍କୁଲରେ ମଧ୍ୟାହ୍ନ ଭୋଜନ ଖାଇବେ ମନ୍ତ୍ରୀ। ଖାଦ୍ୟର ଗୁଣ ଯାଞ୍ଚ କରିବାକୁ ମନ୍ତ୍ରୀମାନେ ସ୍କୁଲ ଗସ୍ତରେ ଯାଇ ମଧ୍ୟାହ୍ନ ଭୋଜନ ଖାଇବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି।

ଜିଲ୍ଲା ଗସ୍ତରେ ମନ୍ତ୍ରୀମାନେ ଅନାଥ ଆଶ୍ରମ ଓ ସ୍କୁଲରେ ଅଚାନକ ପହଞ୍ଚି ଖାଦ୍ୟ ଯାଞ୍ଚ କରିବେ। ଗସ୍ତ ଗୁପ୍ତ ରଖି ସାଙ୍ଗରେ ୪ରୁ ଅଧିକ ଲୋକ ନନେବାକୁ ନିର୍ଦ୍ଦେଶ ଦିଆଯାଇଛି।

ପୂର୍ବରୁ ମୋ ସରକାର ଯୋଜନାକୁ ସଫଳ କରାଇବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ 5T ସଚିବ ବିଭିନ୍ନ ହସ୍ପିଟାଲ ବୁଲିବା ସହ ରୋଗୀଙ୍କ ସମସ୍ୟା ବିଷୟରେ ତଦାରଖ କରୁଛନ୍ତି।

Comment