ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଆଜି ଆସିବ ବିଜେପୁର ଉପ-ନିର୍ବାଚନର ପରୀକ୍ଷା ଫଳ। କିଏ ହେବ ବିଜେପୁରର ବାଜିଗର ସେ ନେଇ ସସ୍‌ପେନ୍ସ ବଢ଼ିଛି। ଜିଲ୍ଲା ହେଡ୍‌କ୍ୱାର୍ଟର ବରଗଡ଼ରେ ଚାଲିଛି ଭୋଟ୍‌ ଗଣତି। ପ୍ରଥମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ରୀତା ସାହୁ ଆଗୁଆ ଅଛନ୍ତି। ପ୍ରଥମ ରାଉଣ୍ଡରେ ବିଜେଡି ୪୭୮୮ ଭୋଟ୍‌ରେ ଆଗୁଆ ଅଛି।

ବର୍ତ୍ତମାନ ସୁଦ୍ଧା ବିଜେଡିକୁ ୭୦୦୫ ଭୋଟ୍‌ ମିଳିଥିବା ବେଳେ ବିଜେପିକୁ ୨୨୧୭ ଏବଂ କଂଗ୍ରେସକୁ ୩୧୭ ଭୋଟ୍‌ ମିଳିଛି।

ଏହି ଭୋଟ ଗଣତିକୁ ସବୁ ଦଳ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି। ବିଜେପୁରବାସୀ କାହା ସପକ୍ଷରେ ରାୟ ଦେଇଛନ୍ତି ତାହା ଆଜି ଜଣାପଡ଼ିବ।

ବିଜେପୁର ମଇଦାନରେ ଏଥର ୫ ଜଣ ପ୍ରାର୍ଥୀ ଥିଲେ। ବିଜେଡିରୁ ରୀତା ସାହୁ, କଂଗ୍ରେସରୁ ଦିଲ୍ଲୀପ ପଣ୍ଡା ଏବଂ ବିଜେପିରୁ ସନତ ଗଡ଼ତିଆଙ୍କ ସମେତ ଆଉ ୨ ଜଣ ସ୍ୱାଧୀନ ପ୍ରାର୍ଥୀ ଥିଲେ। ହେଲେ ମୁଖ୍ୟ ଲଢ଼େଇ ବିଜେଡି ଏବଂ ବିଜେପି ଭିତରେ ହୋଇଥିଲା। କଂଗ୍ରେସ ପଛରେ ପଡ଼ି ଯାଇଥିଲା।

ବିଜେପୁରରେ ୨୮୫ଟି ପୁଲିଂ ବୁଥ୍‌ରେ ଗତ ୨୧ ତାରିଖରେ ହୋଇଥିଲା ଭୋଟ୍‌। ମୋଟ୍‌ ୭୯.୧୭ ପ୍ରତିଶତ ମତଦାନ ହୋଇଛି।

Comment