ଓଡ଼ିଶାଲାଇଭ୍ ବ୍ୟୁରୋ

ବିଜେପୁରବାସୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଜେଡି ପ୍ରତି ବିଜେପୁର ଭୋଟରମାନେ ଆସ୍ଥା ରଖିଥିବାରୁ ଏବଂ ରୀତା ସାହୁଙ୍କୁ ରେକର୍ଡ ଭୋଟ୍‌ରେ ଜିତାଇଥିବାରୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ବିଜେପୁର ଫଳାଫଳ ପରେ ନବୀନ ପଟ୍ଟନାୟକଙ୍କ ଟୁଇଟର ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରାଯାଇଛି। ଏଥିରେ ବିଜେପୁରରେ ନବୀନଙ୍କ ପ୍ରଚାର ସମୟର ଭିଡିଓ ସ୍ଥାନିତ ହୋଇଛି। ଶେଷରେ ନବୀନ ବିଜେପୁରବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି।

‘‘ବିଜେପୁରର ପ୍ରିୟ ଭାଇ ଓ ଭଉଣୀମାନଙ୍କୁ ମୋର ବହୁତ ବହୁତ ଧନ୍ୟବାଦ, ଜୁହାର’’, କହିଛନ୍ତି ନବୀନ ପଟ୍ଟନାୟକ।

ଗୁରୁବାର ବିଜେପୁର ଉପନିର୍ବାଚନର ଫଳାଫଳ ପ୍ରକାଶ ପାଇଛି। ଏଥିରେ ବିଜେଡି ପ୍ରାର୍ଥୀ ରୀତା ସାହୁ ବିଜେପି ପ୍ରାର୍ଥୀ ସନତ ଗଡ଼ତିଆଙ୍କଠାରୁ ୯୭ ହଜାର ୯୯୪ ଭୋଟ୍‌ ବ୍ୟବଧାନରେ ବିଜୟୀ ହୋଇଛନ୍ତି।

ବିଜେଡି ପ୍ରାର୍ଥୀ ରୀତା ସାହୁ ୧ ଲକ୍ଷ ୩୫ ହଜାର ୯୫୭ ଭୋଟ୍‌ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ସନତ ଗଡ଼ତିଆ ୩୭ ହଜାର ୯୬୭ ଏବଂ କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ କୁମାର ପଣ୍ଡା ୫ ହଜାର ୮୭୧ ଭୋଟ ପାଇଛନ୍ତି।

ରୀତା ସାହୁ ନବୀନଙ୍କଠାରୁ ରେକର୍ଡ ଭୋଟ୍‌ରେ ବିଜୟୀ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here