ଓଡ଼ିଶାଲାଇଭ ବ୍ୟୁରୋ

ବାଲେଶ୍ଵର ଜିଲ୍ଲାରେ ଗ୍ରାମ ରୋଜଗାର ସେବକ ପାଇଁ ୧୪୫ ପଦବୀରେ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ଚାକିରି ଚୁକ୍ତି ଭିତ୍ତିକ ଅଟେ। ବାଲେଶ୍ଵର ଜିଲ୍ଲାର ବିଭିନ୍ନ ଗ୍ରାମ ପଞ୍ଚାୟତରେ ଯୋଗ୍ୟ ପ୍ରାର୍ଥୀମାନଙ୍କୁ ନିଯୁକ୍ତ କରାଯିବ।

ଇଚ୍ଛୁକ ପ୍ରାର୍ଥୀମାନେ ୧୪ ନଭେମ୍ଵର ୨୦୧୯ ସୁଦ୍ଧା ଦରଖାସ୍ତକୁ ରେଜିଷ୍ଟ୍ରେଡ୍‌ ପୋଷ୍ଟ କିମ୍ଵା ସ୍ପିଡ୍‌ ପୋଷ୍ଟ ମାଧ୍ୟମରେ କାର୍ଯ୍ୟକାରୀ ଅଧିକାରୀ, ଜିଲ୍ଲା ପରିଷଦ, ବାଲେଶ୍ଵର ଠିକଣାରେ ପଠାଇବା ଦରକାର।

ଯୋଗ୍ୟତା

  • ପ୍ରାର୍ଥୀ ଜଣକ ବାଲେଶ୍ଵରର ବାସିନ୍ଦା ହୋଇଥିବା ଦରକାର।
  • ପ୍ରାର୍ଥୀଙ୍କ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ଦଶମ ପାସ୍‌ କିମ୍ଵା ଯୁକ୍ତ ୨ ପାସ୍‌ କରିଥିବା ଦରକାର। ଏହାସହ କମ୍ପ୍ୟୁଟର ମଧ୍ୟ ଜଣିଥିବା ଦରକାର।
  • ୧ ଅକ୍ଟୋବର ସୁଦ୍ଧା ପ୍ରାର୍ଥୀଙ୍କୁ ୧୮ବର୍ଷରୁ ଅଧିକ ଓ ୪୦ ବର୍ଷରୁ କମ୍‌ ବୟସ ହୋଇଥିବା ଦରକାର।

ପରୀକ୍ଷା ଫିସ୍‌

ପ୍ରାର୍ଥୀମାନଙ୍କ ପାଇଁ ପରୀକ୍ଷା ଫିସ୍‌ ୨୦୦ଟଙ୍କା ରଖାଯାଇଛି। ଯାହାକୁ ସେମାନେ ଡିମାଣ୍ଡ ଡ୍ରାଫ୍ଟ ମାଧ୍ୟମରେ ପଠାଇବେ। ଏହାଛଡ଼ା ଏସସି ଓ ଏସଟି ପ୍ରାର୍ଥୀମାନଙ୍କୁ ଏହି ପରୀକ୍ଷା ଫିସ୍‌ରୁ ବାଦ୍‌ ଦିଆଯାଇଛି।

ଆବେଦନ ପ୍ରକ୍ରିୟା

  • ଦରଖାସ୍ତ ଫର୍ମ ଓ ଅଧିକ ତଥ୍ୟ ପାଇଁ ପ୍ରାର୍ଥୀମାନେ baleswar.nic.in କୁ ଯାଇ ପାରିବେ।
  • ପରେ ଦରଖାସ୍ତ ଫର୍ମ ସହ ଦଶମ ସାର୍ଟିଫିକେଟ, ମାର୍କସିଟ୍‌, ଯୁକ୍ତ ଦୁଇ ସାର୍ଟିଫିକେଟ ଓ ମାର୍କସିଟ୍‌, କମ୍ପ୍ୟୁଟର ସାର୍ଟିଫିକେଟ, କାଷ୍ଟ ସାର୍ଟିଫିକେଟ ସହ ୧୪ ନଭେମ୍ଵର ସୁଦ୍ଧା ରେଜିଷ୍ଟେଡ ପୋଷ୍ଟ କିମ୍ଵା ସ୍ପିଡ୍‌ ପୋଷ୍ଟ ମାଧ୍ୟମରେ ପଠାଇ ପାରିବେ।

ଶେଷ ତାରିଖ – ୧୪.୧୧.୨୦୧୯

Comment