ଓଡ଼ିଶାଲାଇଭ୍‌ ବ୍ୟୁରୋ

Rayagada Gunupur

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାଜ୍ୟରେ ଗତ ୨ଦିନ ଧରି ଲଗାଣ ବର୍ଷା ଲାଗି ରହିଥିବା ବେଳେ ଜନ ଜୀବନ ଅସ୍ତ ବ୍ୟସ୍ତ ହୋଇ ପଡ଼ିଛି। ଏହି ଲଗାଣ ବର୍ଷା ଯୋଗୁଁ ରାୟଗଡ଼ା ଜିଲ୍ଲା ଗୁଣପୁର ଅଞ୍ଚଳରେ ପାହାଡ଼ରୁ ବିଶାଳ ପଥର ଖଣ୍ଡ ଖସି ରାସ୍ତା ମଝିରେ ପଡ଼ିଛି। ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି।Rayagada Gunupur

ସୂଚନା ଅନୁସାରେ, ଗତ ୨ଦିନ ଧରି ଗୁଣୁପୁରରେ ଲଗାଣ ବର୍ଷା ଲାଗି ରହିଥିବା ଯୋଗୁଁ ବିଭିନ୍ନ ସ୍ଥାନରେ ମାଟି ଅତଡ଼ା ଧସିଯାଇଛି। ତେବେ ଏହି ସମୟରେ ଗୁଣୁପୁର ଅଞ୍ଚଳରେ ପାହାଡ଼ରୁ ମାଟି ଅତଡ଼ା ଧସି ଏକ ବିରାଟ କାୟ ପଥର ଖଣ୍ଡ ପୁଟାସିଂ ପଞ୍ଚାୟତର ରେଜିଂତାଲ୍ ରାସ୍ତାରେ ପଡ଼ିଛି। ରାସ୍ତାରେ ବିରାଟକାୟ ପଥର ପଡ଼ିଥିବାରୁ ଗାଁ ଲୋକ ଯାତାୟତ କରିପାରୁନାହାନ୍ତି।

ଅନ୍ୟପକ୍ଷରେ, ଆନ୍ଧ୍ରପ୍ରଦେଶକୁ ଯୋଗାଯୋଗ କରୁଥିବା ଜଗନ୍ନାଥପୁର ଅସ୍ଥାୟୀ ପୋଲ ଉପରେ ୨ ଫୁଟର ପାଣି ଚାଲିଥିବା ଜଣାଯାଇଛି। ଫଳରେ ଗୁଣୁପୁରରୁ ଆନ୍ଧ୍ରକୁ ଯୋଗାଯୋଗ ବିଛିନ୍ନ ରହିଛି।

Comment