ଓଡ଼ିଶାଲାଇଭ୍ ବ୍ୟୁରୋ

ଚଳିତବର୍ଷର ବିଜୟ ହଜାରେ ଟ୍ରଫି ଚାମ୍ପିୟନ ହେଇଛି କର୍ଣ୍ଣାଟକ ଦଳ। ବେଙ୍ଗାଳୁରୁରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ତାମିଲନାଡୁକୁ ହରାଇ କର୍ଣ୍ଣାଟକ ଚାମ୍ପିୟନ ହୋଇଛି।

ଶୁକ୍ରବାର ବିଜୟ ହଜାରେ ଟ୍ରଫିର ଫାଇନାଲ ମ୍ୟାଚ୍ ବେଙ୍ଗାଳୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଇଥିଲା। ଏଥିରେ କର୍ଣ୍ଣାଟକ ଦଳ ଟସ୍ ଜିତିବା ପରେ ଫିଲଡିଂର ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରିଥିବା ତାମିଲନାଡୁ ଦଳ ୨୫୨ରନରେ ଅଲଆଉଟ୍ ହୋଇଯାଇଥିଲା। ଶେଷ ଓଭରରେ ହିଁ କର୍ଣ୍ଣାଟକ ଦଳର ଅଭିମନ୍ୟୁ ମିଥୁନ୍ ହାଟ୍ରିକ୍ ଓ୍ଵିକେଟ ନେଇ ତାମିଲନାଡୁକୁ ଅଲଆଉଟ୍ କରିଦେଇଥିଲେ।

ତେବେ ଜବାବରେ କର୍ଣ୍ଣାଟକ ଦଳ ଦ୍ୱିତୀୟ ଇଂନିସରେ ୨୩ ଓଭର ସୁଦ୍ଧା ଗୋଟିଏ ୱିକେଟ ହରାଇ ୧୪୬ ରନ୍ କରିପାରିଥିଲା। ଆଉ ସେହି ସମୟରେ ବର୍ଷାକାରଣରୁ ମ୍ୟାଚ୍ ବାଧାପ୍ରାପ୍ତ ହୋଇଥିଲା। ବର୍ଷା ନକମିବା କାରଣରୁ ଭିଜେଡି ନିୟମ ଅନୁସାରେ କର୍ଣ୍ଣାଟକ ଦଳକୁ ବିଜୟୀ ଘୋଷିତ କରାଯାଇଥିଲା। ଭିଜେଡି ବର୍ତ୍ତମାନ ଏକ ନୂଆ ନିୟମ ଭାବେ ବ୍ୟବହାର କରାଯାଉଛି। ଯାହାକି ଡକୱର୍ଥ ନିୟମର ଏକ ବିକଳ୍ପ।

ଏହାକୁ ମିଶାଇ କର୍ଣ୍ଣାଟକ ଦଳ ଚତୁର୍ଥଥର ପାଇଁ ବିଜୟ ହଜାରେ ଟ୍ରଫି ଜିତିଛି। ପୂର୍ବରୁ ୨୦୧୩-୧୪ ବର୍ଷ ସହ ୨୦୧୪-୧୫, ୨୦୧୭-୧୮ବର୍ଷରେ ମଧ୍ୟ କର୍ଣ୍ଣାଟକ ବିଜୟ ହଜାରେ ଟ୍ରଫି ଜିତିଥିଲା।

Comment