ଓଡ଼ିଶାଲାଇଭ୍‌ ବ୍ୟୁରୋ

Alarnath Temple ପୁରୀ: ବଙ୍ଗୋପସାଗର ସୃଷ୍ଟ ଲଘୁଚାପ କାରଣରୁ ରାଜ୍ୟରେ ପ୍ରବଳ ବର୍ଷା ଲାଗିରହିଛି। ଲଗାଣ ବର୍ଷା ଫଳରେ ପାଣି ଘେରରେ ପୁରୀ ବ୍ରହ୍ମଗିରିର ପ୍ରସିଦ୍ଧ ଅଲାରନାଥ ମନ୍ଦିର। ମନ୍ଦିରରେ ଆଣ୍ଠୁଏ ପାଣି ଭର୍ତ୍ତି ହେବା ସହ ମନ୍ଦିର ଗର୍ଭଗୃହ ଛାତରୁ ପାଣି ଗଳୁଛି। ଫଳରେ ଗର୍ଭ ଗୃହ ଭିତରେ ଲହଡୀ ଭାଙ୍ଗୁଛି ବର୍ଷାପାଣି।

Alarnath Temple

ଶୁକ୍ରବାର ଶ୍ରଦ୍ଧାଳୁ ପାଣିରେ ପଶି ଅଲାରନାଥଙ୍କ ଦର୍ଶନ ପାଇଁ ଯାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ତେବେ ଅସରାଏ ବର୍ଷାରେ ମନ୍ଦିରରେ ପାଣି ଜମିବା ଅଭିଯୋଗ ସତ୍ତ୍ୱେ ସରକାର ଏଥିପ୍ରତି ଧ୍ୟାନ ଦେଉନଥିବା ଦେଖାଦେଇଛି।

ଗତବର୍ଷ ନବକଳେବର ସମୟରେ ଅଲାରନାଥ ମନ୍ଦିର ଉନ୍ନତି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା। ହେଲେ ମନ୍ଦିରରେ ସଠିକ ଉନ୍ନତିମୂଳକ କାର୍ଯ୍ୟ ନକରି ନେତା, ଠିକାଦାର ମିଶି ଏସବୁ ଟଙ୍କା ଆତ୍ମସାତ୍‌ କରିଥିବା ଅଭିଯୋଗ ହୋଇଛି।

Comment