ଓଡ଼ିଶାଲାଇଭ୍ ବ୍ୟୁରୋ

 

ନଭେମ୍ବର ୧ରୁ ଆରମ୍ଭ ହେବ ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଲାଗି ରେଗୁଲାର ଛାତ୍ରଛାତ୍ରୀଙ୍କ ଫର୍ମ ପୂରଣ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ନଭେମ୍ବର ୯ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ବିନା ଫାଇନ୍‌ରେ ଫର୍ମ ପୂରଣ କରିପାରିବେ ଏବଂ ୨ରୁ ୧୧ ମଧ୍ୟରେ ଟଙ୍କା ଦାଖଲ କରିପାରେିବେ।

ଯେଉଁମାନେ ନଭେମ୍ବର ୯ ଭିତରେ ଫର୍ମ ପୂରଣ କରିପାରିବେ ନାହିଁ, ସେମାନେ ୧୧ରୁ ୧୬ ତାରିଖ ମଧ୍ୟରେ ୫୦ ଟଙ୍କା ଫାଇନ୍‌ ଦେଇ ଫର୍ମ ଭରି ପାରିବେ ଏବଂ ୧୩ରୁ ୧୮ ଭିତରେ ଫି ଦାଖଲ କରିବେ।

ସେହିପରି ୧୮ରୁ ୨୦ ମଧ୍ୟରେ ଛାତ୍ରଛାତ୍ରୀ ୩୫୦ଟଙ୍କା ଫାଇନ୍‌ ଦେଇ ଫର୍ମ ପୂରଣ କରିବେ ଏବଂ ୧୯ରୁ ୨୧ ମଧ୍ୟରେ ଟଙ୍କା ପୈଠ କରିପାରିବେ।

୨୦୨୦, ଜାନୁଆରି ୧୨ରୁ ପ୍ରାକ୍ଟିକାଲ ପରୀକ୍ଷା ଓ ମାର୍ଚ୍ଚ ପ୍ରଥମ ସପ୍ତାହରୁ ଥିଓରି ପରୀକ୍ଷା ଅନୁଷ୍ଠିତ ହେବ। ୨୦୧୮-୧୯ ଶିକ୍ଷାବର୍ଷରେ ନାମ ଲେଖାଇଥିବା ଛାତ୍ରଛାତ୍ରୀ ଏହି ଫର୍ମ ପୂରଣ କରିପାରିବେ।

ରେଗୁଲାର ଛାତ୍ରଛାତ୍ରୀମାନଙ୍କ ଆଡମିଟ୍‌ କାର୍ଡ ଓ୍ୱେବ୍‌ସାଇଟ୍‌ www.samsodisha.gov.in ରେ ଉପଲବ୍ଧ ହେବ।

Comment