ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜୁନ ୯ରେ ରାଜ୍ୟ ଉଚ୍ଚ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ୨ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ଫଳ ପ୍ରକାଶ ପାଇବ।

ଜୁନ୍‌ ୯ ତାରିଖରେ ଯୁକ୍ତ ୨ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ଫଳ ପ୍ରକାଶ ପାଇବ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି।

ଚଳିତବର୍ଷ ଯୁକ୍ତ ୨ ପରୀକ୍ଷା ପରିଚାଳନାରେ ଶିକ୍ଷକମାନଙ୍କ ଅସହଯୋଗ ଯୋଗୁଁ ଖାତା ଦେଖାରେ ବିଳମ୍ବ ହୋଇଥିଲା। ଏହାସତ୍ତ୍ୱେ ପରୀକ୍ଷା ଖାତା ଠିକ୍‌ ସମୟରେ ମୂଲ୍ୟାୟନ କରାଯାଇ ପରୀକ୍ଷା ଫଳ ପ୍ରକାଶ ପାଇଁ ବ୍ୟବସ୍ଥା କରାଯାଇଛି।

୮ ତାରିଖ କିମ୍ବା ୯ ତାରିଖରେ ଯୁକ୍ତ ଦୁଇ କଳା ଓ ବାଣିଜ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ପୂର୍ବରୁ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ସୂଚନା ଦେଇଥିଲେ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରୀକ୍ଷା ଫଳ ଜୁନ ୯ ତାରିଖରେ ପ୍ରକାଶ ପାଇବ ବୋଲି ଗୁରୁବାରଦିନ ଘୋଷଣା କରାଯାଇଛି।

ଛାତ୍ରଛାତ୍ରୀମାନେ www.chseodisha.nic.in ଏବଂ www.orissaresult.nic.in ଏହି ଦୁଇଟି ୱେବସାଇଟ କ୍ଲିକ୍ କରି ଫଳ ଜାଣିପାରିବେ।

ମେ ୧୯ରେ ଯୁକ୍ତ ୨ ବିଜ୍ଞାନ ରେଜଲ୍ଟ ପ୍ରକାଶିତ ହୋଇଥିଲା।

Comment