ଓଡ଼ିଶାଲାଇଭ୍‌ ବ୍ୟୁରୋ

ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳାଫଳ ଗତକାଲି ପ୍ରକାଶ ପାଇଥିଲା। ଏହି ପରୀକ୍ଷାରେ ରାଜ୍ୟର ୧୫ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଶୂନ ରେଜଲ୍ଟ କରିଛି। ଶୂନ ରେଜଲ୍ଟ ୧୫ଟି ଉଚ୍ଚମାଧ୍ୟମିକ ବିଦ୍ୟାଳୟକୁ ନୋଟିସ କରିଛି ଉଚ୍ଚମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ। କାହିଁକି ଶୂନ ଫଳାଫଳ ହେଲା ସେ ବାବଦରେ ସାତଦିନ ମଧ୍ୟରେ ଜବାବ ରଖିବାକୁ ଏହି ନୋଟିସରେ ନିର୍ଦ୍ଦେଶ ଦିଆଯାଇଛି।

ଏଥିସହିତ ଏବର୍ଷ ନାମଲେଖା ଅନୁମତିକୁ କାହିଁକି ରଦ୍ଦ ନକରାଯିବ ଏବଂ ଉକ୍ତ ବିଦ୍ୟାଳୟମାନଙ୍କରେ ବିଜ୍ଞାନ ପାଠ୍ୟକ୍ରମକୁ ମଧ୍ୟ କାହିଁକି ରଦ୍ଦ ନ କରାଯିବ ସେନେଇ ମଧ୍ୟ କାରଣ ଦର୍ଶାଇବାକୁ ଏହି ନୋଟିସରେ ଉଲ୍ଲେଖ କରାଯାଇଛି।

ଗତକାଲି ପ୍ରକାଶ ପାଇଥିଲା ଯୁକ୍ତ ଦୁଇ ବିଜ୍ଞାନ ଫଳାଫଳ। ୧୫ଟି ସ୍କୁଲ ଶୂନ ଫଳାଫଳ କରିଥିଲା। ଶୂନ ଫଳାଫଳ କରିଥିବା ସ୍କୁଲକୁ ଗଣଶିକ୍ଷା ବିଭାଗ ଅନୁଧ୍ୟାନ କରିବ ବୋଲି ବିଦ୍ୟଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଥିଲେ। ଆଜି ସଂପୃକ୍ତ ସ୍କୁଲର ଅଧ୍ୟକ୍ଷମାନଙ୍କୁ କାରଣ ଦର୍ଶାଅ ନୋଟିସ୍ କରାଯାଇଛି।

ଏ ବର୍ଷ ପାସହାର ରହିଥିଲା ୭୦.୨୧ ପ୍ରତିଶତ। ଛତ୍ରୀଙ୍କୁ ପଛରେ ପକାଇ ପାସହାରରେ ଛାତ୍ର ରହିଥିଲେ ଆଗରେ। ନୟାଗଡ଼ ଜିଲ୍ଲାରେ ସର୍ବାଧିକ ପାସହାର ରହିଥିବା ବେଳେ ଝାରସୁଗୁଡ଼ାରେ ସର୍ବନିମ୍ନ ପାସହାର ରହିଥିଲା। ସେହିପରି ୧୫ଟି ସ୍କୁଲରେ ଶୂନ ରେଜଲ୍ଟ ହୋଇଥିଲା। ପୂର୍ବବର୍ଷ ୯ଟି ସ୍କୁଲରେ ଶୂନ ରେଜଲ୍ଟ ହୋଇଥିଲା।

Comment