ଓଡ଼ିଶାଲାଇଭ୍ ବ୍ୟୁରୋ

ରଜ ପରେ ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ପରୀକ୍ଷା ଫଳ। ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସୂଚନା ଦେଇଛନ୍ତି।

ଚଳିତବର୍ଷ ଯୁକ୍ତ ୨ ପରୀକ୍ଷା ପରିଚାଳନାରେ ଶିକ୍ଷକମାନଙ୍କ ଅସହଯୋଗ ଯୋଗୁଁ ଖାତା ଦେଖାରେ ବିଳମ୍ବ ହୋଇଥିଲା। ଏହାସତ୍ତ୍ୱେ ପରୀକ୍ଷା ଖାତା ଠିକ୍‌ ସମୟରେ ମୂଲ୍ୟାୟନ କରାଯାଇଥିଲା। ଜୁନ୍ ୧୭ ଓ ୧୮ରେ ରେଜଲ୍ଟ ପ୍ରକାଶିତ ହେବାର ବ୍ୟବସ୍ଥା କରାଯାଇଛି।

ଗତବର୍ଷ ଜୁନ୍ ୯ରେ ତିନୋଟି ବିଭାଗର ପରୀକ୍ଷାଫଳ ପ୍ରକାଶ ପାଇଥିଲା। କିନ୍ତୁ ଚଳିତବର୍ଷ ଗୋଟେ ସପ୍ତାହ ବିଳମ୍ବ ହେଲା।

ଛାତ୍ରଛାତ୍ରୀମାନେ www.chseodisha.nic.in ଏବଂ www.orissaresult.nic.in ଏହି ଦୁଇଟି ୱେବସାଇଟ କ୍ଲିକ୍ କରି ଫଳ ଜାଣିପାରିବେ।

ମେ ୧୯ରେ ଯୁକ୍ତ ୨ ବିଜ୍ଞାନ ରେଜଲ୍ଟ ପ୍ରକାଶିତ ହୋଇଥିଲା।

Comment