ଓଡ଼ିଶାଲାଇଭ୍ ବ୍ୟୁରୋ

(ନୟାଗଡ଼ରୁ ନିଶିକାନ୍ତ ରଥ): ରାଜ୍ୟରେ ପ୍ରକାଶିତ ଯୁକ୍ତ ଦୁଇ ବାଣିଜ୍ୟ ପରୀକ୍ଷା ଫଳରେ ବାଜିମାତ୍ କରିଛନ୍ତି ନୟାଗଡ଼ ଜିଲ୍ଲାର ଛାତ୍ରଛାତ୍ରୀ। ଏଥର ଜିଲ୍ଲାରେ ପାସ୍ ହାର ୮୮.୧୭ ପ୍ରତିଶତ ରହିଥିବାବେଳେ, ରାଜ୍ୟରେ ଏହା ହେଉଛି ସର୍ବାଧିକ। ଅପରପକ୍ଷେ ରାଜ୍ୟର ପ୍ରଥମ ଏବଂ ଦ୍ୱିତୀୟ ଟପ୍ପର ତାଲିକାରେ ରହିଛନ୍ତି ନୟାଗଡ଼ ଦୁଇ ଛାତ୍ରଛାତ୍ରୀ।
ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟ ଛାତ୍ର ସିତୁ ବେହେରା ୬୦୦ ମାର୍କରୁ ସର୍ବାଧିକ ୫୬୭ ନମ୍ବର ରଖି ରାଜ୍ୟ ଟପ୍ପର ହୋଇଛନ୍ତି। ସେହିପରି ଛାତ୍ରୀ ମନସ୍ୱିତା ମହାନ୍ତି ୫୬୨ ନମ୍ବର ରଖି ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି। ମହାବିଦ୍ୟାଳୟର ଅନ୍ୟ ଜଣେ ଛାତ୍ରୀ ବର୍ଷାରାଣୀ ସାଥୁଆ ମଧ୍ୟ ୧୫ ତମ ସ୍ଥାନ ହାସଲ କରିଥିବା ସୂଚନା ମିଳିଛି।BGU

ସ୍ଥାନୀୟ ବିଧାୟକ ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ ଛାତ୍ରଛାତ୍ରୀଙ୍କୁ ଶୁଭକାମନା ଜଣାଛନ୍ତି। ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷ ସୁରେଶ କୁମାର ପ୍ରଧାନ ମଧ୍ୟ ଏହି ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରିଛନ୍ତି। ଏହି ସଫଳତା ପାଇଁ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ମହଲରେ ପ୍ରଶଂସାର ସୁଅ ଛୁଟିଛି। ପୂର୍ବରୁ ଯୁକ୍ତ ଦୁଇ ବିଜ୍ଞାନ ରେଜଲ୍ଟରେ ମଧ୍ୟ ସର୍ବାଧିକ ପାସ୍‌ହାର ନୟାଗଡ଼ ଜିଲ୍ଲାରୁ ହୋଇଥିଲା।

ଚଳିତବର୍ଷ ଯୁକ୍ତ ଦୁଇ ବାଣିଜ୍ୟରେ ପାସହାର ୭୪.୯୫ ପ୍ରତିଶତ ରହିଛି। ନୟାଗଡ଼ ଜିଲ୍ଲାରେ ପାସ୍‌ହାର ସର୍ବାଧିକ ୮୮.୧୭ ପ୍ରତିଶତ ହୋଇଥିବା ବେଳେ ଦେବଗଡ଼ ଜିଲ୍ଲାରେ ପାସ୍‌ହାର ସର୍ବନିମ୍ନ ୩୪.୧୭ ପ୍ରତିଶତ ରହିଛି।

Comment