ଓଡ଼ିଶାଲାଇଭ୍ ବ୍ୟୁରୋ

ଚଳିତ ବର୍ଷର ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷା ଫଳ ପ୍ରକାଶ ପାଇଛି। ସ୍କୁଲ ଓ ଗଣଶିକ୍ଷା ବିଭାଗର ମନ୍ତ୍ରୀ ସମୀର ରଞ୍ଜନ ଦାଶ ଚଳିତ ବର୍ଷର ପରୀକ୍ଷା ଫଳ ଘୋଷଣା କରିଛନ୍ତି।

ଏବର୍ଷ ୨,୧୯,୭୧୬ ଜଣ ପିଲା ଯୁକ୍ତ ଦୁଇ କଳା ପରୀକ୍ଷା ଦେଇଥିବାବେଳେ ସେଥିମଧ୍ୟରୁ ୬୭.୫୬ ପ୍ରତିଶତ ପିଲା ପାସ୍ କରିଛନ୍ତି। ସେଭିତରୁ ୨୨,୧୯୬ ଜଣ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେବା ସହିତ ୨୬,୦୨୭ ଜଣ ଦ୍ୱିତୀୟ ଶ୍ରେଣୀ ଓ ୧ ଲକ୍ଷ ୧୦୧ ଜଣ ପିଲା ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

ଏଥିସହିତ ପିଲାମାନେ ମଧ୍ୟ ଅନଲାଇନ୍ ଜରିଆରେ ସେମାନଙ୍କର ରେଜଲ୍ଟ ଜାଣିପାରିବେ। ପିଲାମାନେ ସେମାନଙ୍କର ରୋଲ୍ ନମ୍ବର ଓ ଆବଶ୍ୟକୀୟ ତଥ୍ୟ ଦେଇ www.orissaresults.nic.in ଜରିଆରେ ନିଜର ରେଜଲ୍ଟ ଜାଣିପାରିବେ।BGUଅନ୍ୟପଟେ ଏଥର ରେଜଲ୍ଟରେ ପୁଅମାନଙ୍କୁ ଝିଅମାନେ ବହୁ ପଛରେ ପକାଇ ଦେଇଛନ୍ତି। ପରୀକ୍ଷା ଦେଇଥିବା ପୁଅମାନଙ୍କ ମଧ୍ୟରୁ ମାତ୍ର ୫୭.୫୩ ପ୍ରତିଶତ ପାସ୍ କରିଥିବାବେଳେ ଝିଅମାନଙ୍କର ପାସହାର ୭୫.୪୮ ରହିଛି। ବରଗଡ଼ ଜିଲ୍ଲାରେ ପାସହାର ସବୁଠୁ ଅଧିକ ଥିବାବେଳେ ନବରଙ୍ଗପୁରରେ ପାସ୍ ହାର ସର୍ବନିମ୍ନ ରହିଛି।

ସେହିପରି ଧନ୍ଦାମୂଳକ ପରୀକ୍ଷାର ରେଜଲ୍ଟ ହାର ୫୭.୫ ପ୍ରତିଶତ ରହିଛି। ସେଭିତରୁ ୫୮୫ ଜଣ ପ୍ରଥମ ଶ୍ରେଣୀରେ ପାସ୍ କରିଥିବାବେଳେ ୧୩୨୭ ଜଣ ଦ୍ୱିତୀୟ ଶ୍ରେଣୀରେ ପାସ୍ କରିଛନ୍ତି।

Comment