ଓଡ଼ିଶାଲାଇଭ୍ ବ୍ୟୁରୋ

ଜୁଲାଇ ମାସ ୩୧ ସୁଦ୍ଧା ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ। ପୂର୍ବରୁ ଅଗଷ୍ଟ ମାସ ଦ୍ଵିତୀୟ ସପ୍ତାହ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ ପାଇବାକୁ ଥିବାବେଳେ, ଆଜି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଜୁଲାଇ ୩୧ସୁଦ୍ଧା ଫଳ ପ୍ରକାଶ ପାଇବ ବୋଲି ସୂଚନା ଦେଇଛନ୍ତି।

ମନ୍ତ୍ରୀ କହିଛନ୍ତି, “ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଅଗଷ୍ଟ ମାସ ପରିବର୍ତ୍ତେ ଜୁଲାଇ ମାସ ଶେଷ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ ପାଇବ। ଯଦି କୌଣସି ଅସୁବିଧା ହୁଏ, ତେବେ ଏହା ଦିନେ କିମ୍ବା ଦୁଇ ଦିନ ଘୁଞ୍ଚିପାରେ।”କରୋନା ମହାମାରୀ ପାଇଁ ଚଳିତ ବର୍ଷ ଯୁକ୍ତ ଦୁଇ ପରୀକ୍ଷା ବାତିଲ କରାଯାଇଥିଲା। ପୂର୍ବବର୍ଷର ପରୀକ୍ଷା ଫଳ ଏବଂ ମୂଲ୍ୟାୟନ ପଦ୍ଧତି ଅନୁସାରେ ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ କରାଯିବ ବୋଲି ସିଏଚଏସଇ ପକ୍ଷରୁ କୁହାଯାଇଥିଲା।

ରେଗୁଲାର ଛାତ୍ରଛାତ୍ରୀଙ୍କର ମୂଲ୍ୟାୟନ ଦଶମ ବୋର୍ଡ ପରୀକ୍ଷା ମାର୍କ ଭିତ୍ତିରେ କରାଯିବ ଏବଂ ଏକ୍ସ ରେଗୁଲାର ଛାତ୍ରଛାତ୍ରୀଙ୍କ ମୂଲ୍ୟାୟନ ପୂର୍ବବର୍ଷ ମାର୍କିଂ ଅନୁସାରେ କରାଯିବ। ମାର୍କକୁ ନେଇ ଅସନ୍ତୁଷ୍ଟ ଥିବା ଛାତ୍ରଛାତ୍ରୀ କରୋନା ସ୍ଥିତି ସୁଧୁରିଲାପରେ ପୁଣିଥରେ ଫର୍ମ ଫିଲପ୍ କରି ଅଫଲାଇନ ଯୋଗେ ପରୀକ୍ଷା ଦେଇପାରିବେ ବୋଲି ସିଏଚଏସଇ ପକ୍ଷରୁ ସ୍ପଷ୍ଟ କରାଯାଇଛି।

Comment