ଓଡ଼ିଶାଲାଇଭ୍ ବ୍ୟୁରୋ

ଖୁବଶୀଘ୍ର ପୂରଣ ହେବାକୁ ଯାଉଛି ରାଜ୍ୟରେ ଖାଲିପଡ଼ିଥିବା ୧୧ ହଜାର ୪୫୦ ଶିକ୍ଷକ ପଦବୀ। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଏନେଇ ବ୍ୟବସ୍ଥା କରାଯାଉଥିବା କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ।

ତେବେ ସମୁଦାୟ ତିନୋଟି ପର୍ଯ୍ୟାୟରେ ଶିକ୍ଷକମାନଙ୍କ ପଦବୀ ପୂରଣ କରାଯିବ। ପ୍ରଥମ ପର୍ଯ୍ୟାୟରେ ୪ହଜାର ୬୧୯ ପଦବୀ ପୂରଣ ହେବ। ସେହିପରି ଦ୍ଵିତୀୟ ପର୍ଯ୍ୟାୟରେ ୬ହଜାର ୬୫ପଦବୀ ଏବଂ ତୃତୀୟ ପର୍ଯ୍ୟାୟରେ ୯୪୦ ନୂତନ ପଦବୀ ପୂରଣ ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି।Startup Story ep -5 Promotion Cardଏଥିସହ ପ୍ରଥମ ପର୍ଯ୍ୟାୟରେ ୨୦୫୫ ହିନ୍ଦୀ, ୧୩୦୪ ସଂସ୍କୃତ ଏବଂ ୧୨୬୦ ପିଇଟି ଶିକ୍ଷକ ପଦବୀ ପୂରଣ ହେବ। ସେହିପରି ଦ୍ଵିତୀୟ ପର୍ଯ୍ୟାୟରେ ୬୦୬୫ ଟିଜିଟି ଏବଂ ତେଲୁଗୁ ଶିକ୍ଷକ ନିଯୁକ୍ତି କରାଯିବ ଏବଂ ତୃତୀୟ ପର୍ଯ୍ୟାୟରେ ୯୪୦ ନୂତନ ଟିଜିଟି, କ୍ଲାସିକାଲ ଏବଂ ହିନ୍ଦୀ ଶିକ୍ଷକ ନିଯୁକ୍ତି ପାଇଁ ଖୁବଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି।

Comment