ଓଡିଶାଲାଇଭ୍ ବ୍ୟୁରୋ

ଅଗଷ୍ଟ ମାସ ତୃତୀୟ ସପ୍ତାହରେ ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ରେଜଲ୍ଟ। ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।

କରୋନା ସଂକ୍ରମଣ ଦୃଷ୍ଟିରୁ ଏବର୍ଷ ପରୀକ୍ଷା ରେଜଲ୍ଟ ବାହାରିବାରେ ବିଳମ୍ବ ହୋଇଛି। ତେବେ ଅଗଷ୍ଟ ତୃତୀୟ ସପ୍ତାହରେ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ଫଳାଫଳ ପ୍ରକାଶ କରିବାକୁ ଚେଷ୍ଟା କରାଯାଉଛି। ଅଗଷ୍ଟ ମାସ ଶେଷ ସୁଦ୍ଧା ଯୁକ୍ତ ଦୁଇ କଳା ରେଜଲ୍ଟ ପ୍ରକାଶ ପାଇପାରେ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

କରୋନା ସଂକ୍ରମଣ ପାଇଁ ଯୁକ୍ତ ଦୁଇର କେତେକ ବିଷୟରେ ପରୀକ୍ଷୀ ହୋଇପାରିନଥିଲା। ଏଥିସହ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ପରୀକ୍ଷା ଖାତା ଦେଖିବା ଏକ ବଡ଼ ଆହ୍ଵାନରେ ପରିଣତ ହୋଇଥିଲା। ତେଣୁ ଯେଉଁ ବିଷୟଗୁଡ଼ିକରେ ପରୀକ୍ଷା ହୋଇନାହିଁ ସେସବୁ ବିଷୟ ପାଇଁ ବିକଳ୍ପ ମୂଲ୍ୟାୟନ ବ୍ୟବସ୍ଥା କରାଯାଇଥିଲା।

Comment