ଓଡ଼ିଶାଲାଇଭ୍ ବ୍ୟୁରୋ

ବଦଳିଲା ସରକାରଙ୍କ ଗାଇଡଲାଇନ। ଏଥର ସ୍ୱାଧୀନତା ଦିବସ ଉତ୍ସବରେ ସାମିଲ ହୋଇପାରିବେ ଛାତ୍ରଛାତ୍ରୀ। ଶିକ୍ଷାନୁଷ୍ଠାନଗୁଡ଼ିକରେ ହେବାକୁ ଥିବା ସ୍ୱାଧୀନତା ଦିବସ ଉତ୍ସବରେ ଛାତ୍ରଛାତ୍ରୀ ସାମିଲ ହୋଇପାରିବେ ବୋଲି ବୁଧବାର ଦିନ ବିଦ୍ୟାଳୟ ଏବଂ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ସ୍ୱାଧୀନତା ଦିବସ ଭଳି ଉତ୍ସବରେ ଛାତ୍ରଛାତ୍ରୀଙ୍କୁ ସାମିଲ କରିବା ନିମନ୍ତେ ସରକାର ନିଷ୍ପତ୍ତି ନେଇଥିବା ସେ କହିଛନ୍ତି।

ଏହା ପୂର୍ବରୁ ମଙ୍ଗଳବାର ଦିନ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଥିଲେ ଚଳିତ ବର୍ଷ ଶିକ୍ଷାନୁଷ୍ଠାନଗୁଡ଼ିକରେ ପାଳନ ହେବାକୁ ଥିବା  ୭୬ ତମ ସ୍ୱାଧୀନତା ଦିବସରେ ଛାତ୍ରଛାତ୍ରୀମାନେ ସାମିଲ ହୋଇପାରିବେ ନାହିଁ। କେବଳ ଶିକ୍ଷକ ଏବଂ ଶିକ୍ଷୟିତ୍ରୀଙ୍କ ଉପସ୍ଥିତିରେ ସ୍ୱାଧୀନତା ଦିବସ ପାଳନ କରାଯିବ। କିନ୍ତୁ ଚଳିତ ଥର ଶିକ୍ଷାନୁଷ୍ଠାନରେ ପାଳିନ ହେବାକୁ ଥିବା ସ୍ୱାଧୀନତା ଦିବସ ଊତ୍ସବରେ ଛାତ୍ରଛାତ୍ରୀ ସାମିଲ ହୋଇପାରିବେ ବୋଲି ଆଜି ମନ୍ତ୍ରୀ ସୂଚନା ଦେଇଛନ୍ତି।

କୋଭିଡ ମହାମାରୀ ଯୋଗୁଁ ଗତ ଦୁଇ ବର୍ଷ ହେଲା ଛାତ୍ରଛାତ୍ରୀମାନେ ସ୍କୁଲରେ ସ୍ୱାଧୀନତା ଦିବସ ପାଳନ କରିପାରିନାହାନ୍ତି। ଏଥର ସ୍ୱାଧୀନତା ଦିବସ ଉତ୍ସବରେ ସାମିଲ ହେବାକୁ ଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଖୁସି ଦେଖିବାକୁ ମିଳିଛି।

Tags: #Indipendence day #FlagHosting #Student #School

Comment