ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରକାଶ ପାଇଛି ଚଳିତବର୍ଷର +୨ ବାଣିଜ୍ୟ ଫଳ। ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଚଳିତବର୍ଷର ରେଜଲ୍ଟ ପ୍ରକାଶ କରିଛନ୍ତି। ଏବର୍ଷ ରେଜଲ୍ଟରେ ନୟାଗଡ଼ ଜିଲ୍ଲା ସବୁ ଜିଲ୍ଲାଠାରୁ ଆଗରେ ରହିଛି। ସେହିପରି ଦେବଗଡ଼ ଜିଲ୍ଲା ସବୁଠୁ ପଛରେ ରହିଛି।

ଚଳିତବର୍ଷ +୨  ବାଣିଜ୍ୟରେ ଛାତ୍ରଛାତ୍ରୀମାନଙ୍କର ପାସହାର ୭୪.୯୫ ରହିଛି। ତେବେ ଜିଲ୍ଲାଗୁଡିକୁ ବିଚାର କଲେ ନୟାଗଡ଼ ଜିଲ୍ଲାରେ ସର୍ବାଧିକ ପାସହାର ୮୮.୭୦ ରହିଛି। ସେହିପରି ଦେବଗଡ଼ ଜିଲ୍ଲାରେ ପାସହାର ସର୍ବନିମ୍ନ ୩୪.୧୭ ପ୍ରତିଶତ ରହିଛି।BGUଚଳିତବର୍ଷ ମୋଟ ୨୯ଟି ସ୍କୁଲରେ ପାସହାର ଶତ ପ୍ରତିଶତ ଥିବାବେଳେ ମାତ୍ର ୨ଟି ସ୍କୁଲରେ ପାସହାର ଶୂନ ରହିଛି ବୋଲି ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।

ଅନ୍ୟପଟେ ପିଲାମାନେ ଆସନ୍ତା ୨୧ ତାରିଖରୁ ରିଚେକିଂ ପାଇଁ ଆବେଦନ କରିପାରିବେ ବୋଲି ସେ କହିଛନ୍ତି। ତା ସହିତ ଅଗଷ୍ଟ ମାସ ଶେଷ ସପ୍ତାହ ସୁଦ୍ଧା କଳା ବିଭାଗର ମଧ୍ୟ ରେଜଲ୍ଟ ପ୍ରକାଶ ପାଇବ ବୋଲି କୁହାଯାଇଛି।

LEAVE A REPLY

Please enter your comment!
Please enter your name here