ଓଡ଼ିଶାଲାଇଭ ବ୍ୟୁରୋ

ଷ୍ଟୁଡେଣ୍ଟ ଟ୍ରାଫିକ ଭଲ୍ୟୁଣ୍ଟର ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ପୋଲିସ କମିସନରେଟ ଅନ୍ତର୍ଗତ କଟକ-ଭୁବନେଶ୍ଵରରେ ଛାତ୍ରଛାତ୍ରୀମାନେ ଏହି ପଦ ପାଇଁ ଆବେଦନ କରିପାରିବେ। ଇଚ୍ଛୁକ ପ୍ରାର୍ଥୀମାନେ ୧୫ ନଭେମ୍ଵର ୨୦୧୯ ସୁଦ୍ଧା ଦରଖାସ୍ତ ଦାଖଲ କରିପାରିବେ।

ଦରଖାସ୍ତକୁ ଭୁବନେଶ୍ଵରସ୍ଥିତ ଏ.ସି.ପି ଟ୍ରାଫିକ ଭୁବନେଶ୍ଵର କାର୍ଯ୍ୟାଳୟରେ ଦାଖଲ କରାଯିବ। ନିର୍ଦ୍ଧାରିତ ତାରିଖ ପରେ ଦାଖଲ କରାଯାଇଥିବା ଦରଖାସ୍ତ ଓ ଅସଂପୂର୍ଣ୍ଣ ଦରଖାସ୍ତକୁ ନାକଚ କରାଯିବ।

ଏହାର ଦରଖାସ୍ତ ଫର୍ମ ଭୁବନେଶ୍ଵର ଏ.ଜି ଛକସ୍ଥିତ ଟ୍ରାଫିକ ଏ.ସି.ପି କାର୍ଯ୍ୟାଳୟରେ ବିନା ମୂଲ୍ୟରେ ମିଳେ। ଅଧିକ ତଥ୍ୟ ଏବଂ ଦରଖାସ୍ତ ଫର୍ମ ପାଇଁ  ଓ୍ଵେବସାଇଟ www.bhubaneswarcuttackpolice.gov.in କୁ ଯାଇ ପାରିବେ।

Comment