ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ଵର ମାର୍କେଟ ବିଲ୍ଡିଂରେ ଦୁର୍ବୃତ୍ତଙ୍କ ଗୁଣ୍ଡାରାଜ୍‌ ଘଟଣାରେ ଗିରଫ ହେଲେ ୩ ଅଭିଯୁକ୍ତ। ୩ ମୁଖ୍ୟ ଅଭିଯୁକ୍ତ ଚିଣ୍ଟୁ, ପ୍ରିତମ୍‌ ଓ ଉଦିତଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ଗିରଫ ହେବା ନେଇ ଟୁଇଟ କରି ଜଣାଇଛନ୍ତି ପୋଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ।

ଏଥିସହିତ ଏହି ମାମଲାରେ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୨୫ରେ ପହଞ୍ଚିଛି। ପୂର୍ବରୁ ପୋଲିସ ସିସିଟିଭି ଫୁଟେଜକୁ ଆଧାର କରି ପ୍ରାୟ ୨୨ ଜଣଙ୍କୁ ଗିରଫ କରିଥିଲା। ସେଥିମଧ୍ୟରେ ୧୬ ଜଣ ନାବାଳକଙ୍କ ସମେତ ଜଣେ ଡିସିପିଙ୍କ ପୁଅ ମଧ୍ୟ ସାମିଲ ରହିଥିଲେ।

ଜାନୁଆରି ୧୦ ତାରିଖରେ କିଛି ମୁଖା ପିନ୍ଧା ଦୁର୍ବୃତ୍ତ ଭୁବନେଶ୍ଵର ମାର୍କେଟ ବିଲ୍ଡିଂରେ ଗୁଣ୍ଡାରାଜ୍‌ କରିଥିଲେ। ଦୁର୍ବୃତ୍ତମାନେ ଦୋକାନୀମାନଙ୍କୁ ବାଡ଼େଇବା ସହ ଦୋକାନ ବଜାର ଭାଙ୍ଗି ଦେଇଥିଲେ। ଆକ୍ରମଣ ପରେ ସମସ୍ତ ଅଭିଯୁକ୍ତ ଫେରାର ହୋଇ ଯାଇଥିଲେ।

Comment