ଓଡ଼ିଶାଲାଇଭ୍‌ ବ୍ୟୁରୋ  

ଭୁବନେଶ୍ଵରରେ ଶିଖ୍‌ ଯୁବକଙ୍କୁ ମାଡ଼ ଘଟଣାରେ ୩ ଅଭିଯୁକ୍ତଙ୍କୁ ମିଳିଲା ଜାମିନ।

“ପୋଲିସ ଉପରେ ଆଉ ଭରସା ନାହିଁ। ଆମକୁ ସେମାନେ ମାରି ଦେବେ। ମୋ ପରିବାର, ପିଲାଛୁଆ ସବୁ ଅସୁରକ୍ଷିତ ଅନୁଭବ କରୁଛୁ। ପୋଲିସ ଏମିତି କୋଉ ଦଫା ଲଗାଇଲା ଯେ ଅଭିଯୁକ୍ତମାନଙ୍କୁ ଜାମିନ ମିଳିଗଲା? ମତେ ଜୀବନରୁ ମାରିଦେବାକୁ ଉଦ୍ୟମ କରିଥିବା ବେଳେ ସେମାନଙ୍କ ବିରୋଧରେ ହତ୍ୟା ଉଦ୍ୟମର ଦଫା ଲାଗି ନାହିଁ” କହିଛନ୍ତି ଶିଖ୍‌ ଯୁବକ ପରବିନ୍ଦର ପାଲ୍‌ ସିଂହ।

ଜାନୁଆରି ୧୫ ତାରିଖରେ କାର୍‌ ପାର୍କିଂକୁ ନେଇ ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଭଗବାନ ଆପାର୍ଟମେଣ୍ଟ ପାଖରେ ପରବିନ୍ଦରଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ କିଛି ଦୁର୍ବୃତ୍ତ। ଏହି ଘଟଣା ସମୟରେ ପୋଲିସ ଉପସ୍ଥିତିରେ ମଧ୍ୟ ପରବିନ୍ଦରଙ୍କୁ ଆକ୍ରମଣ କରାଯାଇଥିଲା। ଏନେଇ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା ଓ ଜଣେ ପିସିଆର ଅଧିକାରୀଙ୍କୁ ସସ୍‌ପେଣ୍ଡ କରାଯାଇଥିଲା।

ହେଲେ ବୁଧବାର ରାତିରେ ସମସ୍ତ ଅଭିଯୁକ୍ତଙ୍କୁ ଭୁବନେଶ୍ଵର ଏସ୍‌ଡିଜେମ୍‌ କୋର୍ଟ ଜାମିନ ଦେଇଛନ୍ତି। ଅଭିଯୁକ୍ତଙ୍କ ନାଁରେ ୨୯୪, ୩୪୧, ୩୨୩, ୩୩୬, ୩୩୯, ୩୭୯, ୫୦୭ ଓ ୩୪ ଦଫା ଲାଗିଛି। ପୋଲିସ ସାମ୍ନାରେ ପଥରରେ ଛେଚି ମାରିଥିଲେ ମଧ୍ୟ ୩୦୭ ଦଫା ଲାଗିନାହିଁ। ସେଥିପାଇଁ ଅଭିଯୁକ୍ତମାନଙ୍କୁ ଜାମିନ ମିଳିଛି ବୋଲି ପରବିନ୍ଦର କହିଛନ୍ତି।

Comment