ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ଵରରେ ଶିଖ୍‌ ଯୁବକଙ୍କୁ ମାଡ଼ ଘଟଣାରେ ଦାଖଲ ହେଲା ଚାର୍ଜସିଟ୍‌। ୩ ଅଭିଯୁକ୍ତଙ୍କ ବିରୋଧରେ ଏସ୍‌ଡିଜେଏମ୍‌ କୋର୍ଟରେ ଚାର୍ଜସିଟ୍‌ ଦାଖଲ ହୋଇଛି। ଏହି ଚାର୍ଜସିଟ୍‌ ମେଡିକାଲ ରିପୋର୍ଟ, ସିସିଟିଭି ଫୁଟେଜ୍‌ ଓ ସାକ୍ଷ୍ୟପ୍ରମାଣକୁ ନେଇ କରାଯାଇଛି।

ଏହି ମାମଲାରେ ତ୍ଵରିତ ଶୁଣାଣି ପାଇଁ ଚାର୍ଜସିଟ୍‌ରେ ଅପିଲ କରିଛନ୍ତି ତଦନ୍ତକାରୀ ଅଧିକାରୀ। ପୂର୍ବରୁ ୩ ଦିନ ଭିତରେ ଚାର୍ଜସିଟ୍‌ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ ପୋଲିସ କମିସନର ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ।

କିଛିଦିନ ତଳେ ଭୁବନେଶ୍ଵର ଲକ୍ଷ୍ମୀସାଗର ଅଞ୍ଚଳରେ କାର ପାର୍କିଂକୁ ନେଇ ଜଣେ ଶିଖ୍‌ ଯୁବକଙ୍କୁ ମରଣାନ୍ତ୍ରକ ଆକ୍ରମଣ କରିଥିଲେ ଦୁର୍ବୃତ୍ତ। ଏହି ଘଟଣା ସମୟରେ ପୋଲିସ ଉପସ୍ଥିତିରେ ହୋଇଥିଲେ ମଧ୍ୟ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇନଥିଲା। ପରେ ସିସିଟିଭି ଫୁଟେଜ ଭାଇରାଲ ହେବା ପରେ ୩ ଜଣଙ୍କୁ ଗରିଫ କରିଥିଲା ପୋଲିସ।

ହେଲେ ଗୋଟିଏ ଦିନ ପରେ ୩ ଜଣଙ୍କୁ ଜାମିନ ମିଳିଯାଇଥିଲା। ଯାହାକୁ ନେଇ ବର୍ତ୍ତମାନ ଆକ୍ରମଣର ଶିକାର ହୋଇଥିବା ଶିଖ୍‌ ଯୁବକ ପରବିନ୍ଦର ଭୟଭୀତ ଅବସ୍ଥାରେ ଅଛନ୍ତି ବୋଲି କହିଥିଲେ।

Comment