ଓଡ଼ିଶାଲାଇଭ ବ୍ୟୁରୋ

ଲଗାଣ ବର୍ଷା ନେଲା ଶିଶୁର ଜୀବନ। କାନ୍ଥ ଭୁଶୁଡ଼ି ଏକ ୧୦ ମାସର ଶିଶୁ ଉପରେ ପଡ଼ିଯିବାରୁ ତା’ର ମୃତ୍ୟୁ ଘଟିଛି। ଏହାସହ ପରିବାରର ଅନ୍ୟ ୪ ସଦସ୍ୟ ଆହତ ହୋଇଛନ୍ତି। ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ବଜ୍ରଗୁମ୍ମା ଗାଁରେ।

ଶୁକ୍ରବାର ବିଳମ୍ବିତ ରାତିରେ ବଜ୍ରଗୁମା ଗାଁର ଗୋଟିଏ ପରିବାର ଘରେ ଶୋଇଥିଲେ। ଏହି ସମୟରେ ଲଗାଣ ବର୍ଷାରେ ଓଦା ହୋଇରହିଥିବା କାନ୍ଥ ହଠାତ ଭୁଶୁଡ଼ି ପଡ଼ିଥିଲା। ଫଳରେ ଘଟଣାସ୍ଥଳରେ ହିଁ ଏକ ୧୦ ମାସର ଶିଶୁ ପ୍ରାଣ ହରାଇଛି। ଏହା ସହିତ ଘରର ଅନ୍ୟ ୪ ଜଣ ବ୍ୟକ୍ତି ଆହତ ହୋଇଛନ୍ତି। ସେମାନଙ୍କୁ ଦିଗପହଣ୍ଡି ମେଡ଼ିକାଲରେ ଭର୍ତ୍ତି କରାଯାଇଛି।

Comment