ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଓଡ଼ିଶାରେ ନିର୍ବାଚନ ତାରିଖ ପାଖେଇ ଆସୁଥିବାବେଳେ ପ୍ରାର୍ଥୀ ଚୟନ ଏବଂ ଟିକେଟ ବଣ୍ଟନକୁ ନେଇ ବିଭିନ୍ନ ଦଳ ମଧ୍ୟରେ ବଢ଼ିବାରେ ଲାଗିଛି ଅସନ୍ତୋଷ। ଏହାରି ମଧ୍ୟରେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବିଧାନସଭା ଆସନରେ ପ୍ରାର୍ଥୀ ବଦଳାଇଛି କଂଗ୍ରେସ।

ଦିଗପହଣ୍ଡି ବିଧାନସଭା ଆସନ ଲାଗ ଶ୍ରୀଧର ଦେବଙ୍କୁ ପ୍ରାର୍ଥୀ କରିଥିଲା କଂଗ୍ରେସ। ସେ ପ୍ରାର୍ଥୀପତ୍ର ଦାଖଲ କରିସାରିଥିଲେ। ତେବେ ତାଙ୍କୁ ହଟାଇ ତାଙ୍କ ସ୍ଥାନରେ ସାକା ସୁଜିତ କୁମାରଙ୍କୁ ପ୍ରାର୍ଥୀ ଘୋଷଣା କରିଛି ଦଳ। ଏ ସମ୍ପର୍କରେ ଦଳ ପକ୍ଷରୁ ସୋସିଆଲ ମିଡିଆରେ ଏକ ପୋଷ୍ଟ କରାଯାଇଛି।

ଦିଗପହଣ୍ଡି ବିଧାନସଭା ଆସନ ଲାଗି ଏପ୍ରିଲ ୧୪ ତାରିଖରେ ଶ୍ରୀଧର ଦେବଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଥିଲା କଂଗ୍ରେସ। ଏହି ଆସନରେ ବିପ୍ଲବ ପାତ୍ର ବିଜେଡି ପ୍ରାର୍ଥୀ ହୋଇଥିବାବେଳେ ପୂର୍ବତନ ଲୋକସଭା ସାଂସଦ ସିଦ୍ଧାନ୍ତ ମହାପାତ୍ରଙ୍କୁ ପ୍ରାର୍ଥୀ କରିଛି ବିଜେପି।

କଂଗ୍ରେସର ପ୍ରାର୍ଥୀ ବଦଳିବା ପରେ ଏବେ ଦିଗପହଣ୍ଡି ବିଧାନସଭା ଆସନ ଲାଗି ବିପ୍ଲବ ପାତ୍ର, ସିଦ୍ଧାନ୍ତ ମହାପାତ୍ର ଏବଂ ସାକା ସୁଜିତ କୁମାରଙ୍କ ମଧ୍ୟରେ ହେବ କଡ଼ା ଟକ୍କର।

Tags: #Politics #OdishaPolitics #Digapahandi #Congress #OdishaElections2024 #Odisha

Comment