ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାଧାରଣତଃ ବିବାହ ପରେ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଅନେକ ସମୟରେ ମନାନ୍ତର ଓ ମତାନ୍ତର ଦେଖାଯାଇଥାଏ। ଏହାକୁ ନେଇ ଝଗଡ଼ା ମଧ୍ୟ ହୋଇଥାଏ। ଏହାର କାରଣ ହୋଇଥାଏ ସଂପର୍କରେ ଉତ୍ତମ ବୁଝାମଣା ନହେବା ବା ନିଜ ଭାବନା ସେୟାର ନକରିବା।

ସେଥିପାଇଁ ସଂପର୍କକୁ ଦୃଢ଼ କରିବାକୁ ହେଲେ ଆପଣ ଆପଣଙ୍କ ଜୀବନସାଥୀଙ୍କୁ ନିଜର ସବୁଠୁ ଭଲ ବନ୍ଧୁ କରିବା ଦରକାର। ଯାହାଫଳରେ ଆପଣ ନିଜର ପ୍ରତ୍ୟେକ କଥା ତାଙ୍କ ସହ ସେୟାର କରିପାରିବେ। ଅନ୍ୟମାନଙ୍କ ଅପେକ୍ଷା ଖୁସିରେ ରହିପାରିବେ।

ସମସ୍ତଙ୍କ ଜୀବନରେ ଜଣେ ଭଲ ସାଙ୍ଗର ଆବଶ୍ୟକତା ଥାଏ, ଯାହାଙ୍କ ସହିତ ଆପଣ ନିଜର ମନ କଥା ହୋଇପାରୁଥିବେ। ଏଭଳି ସ୍ଥିତିରେ ଯଦି ସେହି ସାଙ୍ଗ ଆପଣଙ୍କ ଜୀବନସାଥୀ ହୋଇଥାନ୍ତି ତେବେ ଆପଣ ଖୁସିରେ ରହିପାରିବେ।

ଭଲ ସଂପର୍କ ପାଇଁ ନିଜ ଜୀବନସାଥୀଙ୍କୁ ସାଙ୍ଗ ଭାବିବା ଜରୁରୀ। କାରଣ ଯେତେବେଳେ ଆପଣ ତାଙ୍କୁ ସାଙ୍ଗ ବୋଲି ଭାବିବେ ସେତେବେଳେ ଆପଣଙ୍କୁ ତାଙ୍କୁ ମିଛ କହିବା ଦରକାର ପଡ଼ିବ ନାହିଁ, ଯେକୌଣସି ସ୍ଥାନକୁ ଆପଣ ସାଙ୍ଗ ହୋଇ ଯାଇପାରିବେ, ମସ୍ତି କରିପାରିବେ।  ଫଳରେ ଉଭୟଙ୍କ ମଧ୍ୟରେ ବିଶ୍ୱାସ ବଢ଼ିଥାଏ। ସଂପର୍କ ଦୃଢ଼ ହୋଇଥାଏ।

ଅନେକ ସର୍ଭେରୁ ଏହା ଜଣାପଡ଼ିଛି ଯେ, ଯେଉଁମାନେ ନିଜ ଜୀବନସାଥୀଙ୍କୁ ନିଜର ସାଙ୍ଗ ବୋଲି ଭାବନ୍ତି ସେମାନେ ଅନ୍ୟମାନଙ୍କ ତୁଳନାରେ ଅଧିକ ଖୁସିରେ ରହିଥାନ୍ତି।

LEAVE A REPLY

Please enter your comment!
Please enter your name here