ଓଡ଼ିଶାଲାଇଭ୍ ବ୍ୟୁରୋ

ସାଧାରଣତଃ ବିବାହ ପରେ କିମ୍ବା ପୂର୍ବରୁ ଯେଉଁ କପଲ ବା ଯୋଡ଼ି ପରସ୍ପରକୁ ଭଲ ପାଉଛନ୍ତି ଆଉ କୌଣସି କାରଣରୁ ପରସ୍ପରଠାରୁ ଦୂରରେ ରହିଥାନ୍ତି, ତାହାର କାରଣ ଚାକିରି କିମ୍ବା ପାଠପଢ଼ା ହୋଇଥାଏ।

ଯଦି ଆପଣ ଆପଣଙ୍କ ସାଥୀଠାରୁ ଦୂରରେ ରହୁଛନ୍ତି ତେବେ ଏହି ଖବର ପଢ଼ିବା ଜରୁରୀ। ଆସନ୍ତୁ ଜାଣିବା ଦୂରରେ ସାଥୀ ଥିଲେ ବିଶେଷକରି କେଉଁ ଦିଗ ପ୍ରତି ଧ୍ୟାନ ଦେଲେ ସମ୍ପର୍କ ଭଲ ରହିଥାଏ।

ଭିଡିଓ କଲ୍‌ରେ କଥା ହୁଅନ୍ତୁ

ସାଥୀ ଦୂରରେ ଥିଲେ ଅନେକ ସମୟରେ ସମସ୍ତେ ପରସ୍ପରକୁ ମିସ୍‌ କରିଥା’ନ୍ତି। ଯଦି ଏମିତି ହେଉଛି ତେବେ ସମୟ ମିଳିଲେ ସାଥୀ ସହ ଭିଡିଓ କଲ୍‌ରେ କଥା ହୁଅନ୍ତୁ। ଏମିତି ହେଲେ ଆପଣ ପରସ୍ପରକୁ ପ୍ରତିଦିନ ଦେଖିପାରିବେ। ପୂରା ଦିନ ଯେତେ ବି ବିଜି ଥାନ୍ତୁ କି ଫୋନରେ କଥା ହୁଅନ୍ତୁ ଦିନରେ ଥରୁଟେ ଭିଡିଓ କଲ୍‌ରେ କଥା ହୁଅନ୍ତୁ ଦେଖିବେ ଏହା ଆପଣଙ୍କୁ ଭଲ ଲାଗିବ।

ସାଥୀକୁ ସରପ୍ରାଇଜ୍‌ ଉପହାର ପଠାନ୍ତୁ

ଏହା ଏକ ସାଧାରଣ କଥା କି ଆପଣ ଭଲପାଉଥିବା ମଣିଷଟି ଆପଣଙ୍କ ପାଖରେ ଥିଲେ ଯେମିତି ତା’ ସହ ଆପଣଙ୍କର ଏକ ପରିବାର ଭଳି ସମ୍ପର୍କ ସୃଷ୍ଟି ହୋଇଥାଏ। ଆଉ ଏହାରି ଭିତରେ ପରସ୍ପର ଜଣେ ଅନ୍ୟର ପସନ୍ଦ ନାପସନ୍ଦକୁ ବି ଜାଣିପାରିଥାନ୍ତି। ତେଣୁ ଯେତେବେଳେ ବି ସାଥୀଠୁ ଦୂରରେ ରହୁଛନ୍ତି ଆପଣ ସାଥୀ ଲାଗି ସରପ୍ରାଇଜ୍‌ ଉପହାର ପଠାଇପାରିବେ। ଏହି ଉପହାର ଆପଣ ତାଙ୍କ ସାଙ୍ଗରେ ରହିବାର ଅନୁଭବ ଦେଇଥାଏ।

ସାଥୀକୁ ଖାସ୍‌ ଅନୁଭବ କରାନ୍ତୁ

ସାଥୀ ଦୂରରେ ଥାଉ କି ପାଖରେ ସବୁ ସମ୍ପର୍କରେ  ଆବଶ୍ୟକ ପରସ୍ପର ପ୍ରତି ଭଲପାଇବା, ଯତ୍ନ। ଯଦି ଆପଣ ସାଥୀଠୁ ଦୂରରେ ରହୁଛନ୍ତି ତେବେ ସାଥୀଙ୍କର କିଛି ଖାସ୍‌ ଦିନକୁ ଏକାଠି ପାଳନ କରିବାକୁ ପ୍ଲାନ କରନ୍ତୁ। ଏହା ସହିତ ନିଜ ସାଥୀଙ୍କୁ ଖାସ୍‌ ବୋଲି ଅନୁଭବ କରାନ୍ତୁ ଦେଖିବେ ସମ୍ପର୍କରେ କେବେ ବି ଦୂରତା ଆସିବନି।

ଅସୁବିଧା ସମୟରେ ସବୁବେଳେ ଉପସ୍ଥିତ ରହନ୍ତୁ

ଯଦି ଆପଣଙ୍କ ସାଥୀ ପାଖରେ ନାହାନ୍ତି ତେବେ ପ୍ରତିଦିନ ଦେଖା କରିବା ସମ୍ଭବ ନୁହଁ। କିନ୍ତୁ ଯେତେବେଳେ ବି ସାଥୀ ଅସୁବିଧାରେ ପଡ଼ୁଛନ୍ତି ତେବେ ଯଥାସମ୍ଭବ ତାଙ୍କ ପାଖରେ ପହଞ୍ଚିବାକୁ ଚେଷ୍ଟା କରନ୍ତୁ।

ଫୋନକୁ ଅଧିକ ବ୍ୟସ୍ତ ରଖନ୍ତୁ ନାହିଁ

ଫୋନରେ ଅଧିକ ସମୟ କଥାହେବା କମ୍ କରନ୍ତୁ। କାରଣ ଆପଣ ଓ ଆପଣଙ୍କ ସାଥୀ ପରସ୍ପରଠୁ ଦୂରରେ ରହୁଛନ୍ତି। ଏମିତିରେ ସେ ଆପଣଙ୍କ ସହ କଛି ବି ଶେୟାର କରିବା ଲାଗି ଯେ କୌଣସି ସମୟରେ ଫୋନ କରିପାରନ୍ତି। ତେଣୁ ଯଦି ଆପଣ ସବୁବେଳେ ଫୋନକୁ ବ୍ୟସ୍ତ ରଖିବେ ତେବେ ସମ୍ପର୍କ ଖରାପ ହେବାର ଭୟ ଥାଏ। ଯଦି ଆପଣଙ୍କ ସାଥୀ ଫୋନ କଲା ସମୟରେ କଥା ହେବା ସମ୍ଭବ ହେଉନି ତେବେ ପରେ କଲ୍‌ କରନ୍ତୁ ନହେଲେ ମେସେଜ୍‌ କରିଦିଅନ୍ତୁ।

ସମ୍ପର୍କର ଖିଅ ଅତି ସୂକ୍ଷ୍ମ ଯାହା ସାମାନ୍ୟ ବି ଭୂଲରେ ଛିଡ଼ିଯିବାର ଭୟ ଥାଏ। ତେଣୁ ଆମେ ଆମ ସମ୍ପର୍କକୁ କେମିତି ଦୀର୍ଘସ୍ଥାୟୀ ଓ ମଜବୁତ ରଖିବା ତାହା କେବଳ ଆମ ଉପରେ ହିଁ ନିର୍ଭର କରିଥାଏ।

Comment