ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶାଢ଼ି, ଘାଗରା, ସାଲୱାର ସୁଟ୍, ଜିନ୍ସ, ଆଦି ପୋଷାକରେ ଅଳଙ୍କାରର ଟ୍ରେଣ୍ଡ କିପରି ରହିବ୍ ତା’ଉପରେ ନଜର ପକାଇବା। 

ନାରୀର ଆଭୂଷଣ ଅଳଙ୍କାର। ନାରୀ ଅଳଙ୍କାର ବିନା ଅଧୁରା ବୋଲି କୁହାଯାଏ। ସବୁ ନାରୀଙ୍କର ଅଳଙ୍କାର ପ୍ରତି ଦୁର୍ବଳତା ରହିଥାଏ। ଅଳଙ୍କାରରେ ଆଭୂଷିତ ହୋଇ ଜଣେ ନାରୀ ସୁନ୍ଦରୀ ଦେଖାଯାଏ। ଆଜିକାଲିର ଫ୍ୟାସନ ଯୁଗରେ କିନ୍ତୁ ଅଳଙ୍କାରର ଟ୍ରେଣ୍ଡ, ଏବଂ ତାର ବ୍ୟବହାର ମଧ୍ୟ ବଦଳି ଯାଇଛି। କେଉଁ ପୋଷାକ ସହିତ କେଉଁ ଅଳଙ୍କାର ପିନ୍ଧିଲେ ତାହା ମାନିଥାଏ। ତା’ଉପରେ ନଜର ପକାଇବା।

ଶାଢ଼ି

ଶାଢ଼ି ପିନ୍ଧିଥିଲେ ଗହଣା ଉପରେ ବେଶି ଗୁରୁତ୍ୱ ଦେବାକୁ ପଡିଥାଏ। ଯଦି ଆମେ ଓଜନଦାର ଶାଢ଼ି ବନାରସୀ କିମ୍ବା ସାଉଥ୍ ସିଲ୍କ ଶାଢ଼ି ପିନ୍ଧିବା ତେବେ ସୁନାର ଅଳଙ୍କାର ପିନ୍ଧିଲେ ବେଶ ମାନିଥାଏ ।

କିନ୍ତୁ, ଯଦି ଶାଢ଼ିରେ ରୂପା ରଙ୍ଗର କିଛି କାର୍ଯ୍ୟ ହୋଇଛି, ତେବେ ରୂପା କିମ୍ବା ସିଲଭର ରଙ୍ଗର ଗହଣା ଆମେ ପିନ୍ଧିପାରିବା।  ଯଦି ସିଫନ୍ କିମ୍ବା ହାଲୁକା ରଙ୍ଗର ଶାଢ଼ି ପିନ୍ଧିବା ତେବେ ପର୍ଲର ସେଟ୍ ପିନ୍ଧିଲେ ଶାଢୀ ସହିତ ଏହା ବେଶ ମାନିଥାଏ ।

ଯଦି ଶାଢ଼ିରେ ସୁନା, କିମ୍ବା ରୂପାରଙ୍ଗର କାରୁକାର୍ଯ୍ୟ ନଥିବ, ତେବେ ବ୍ଲାକ୍ ମେଟାଲର ଗହଣା ଆମେ ପିନ୍ଧିପାରିବା ଯଦି କାନରେ ଏବଂ ବେକରେ ପର୍ଲର ସେଟ୍ ପିନ୍ଧିବେ ତାହେଲେ ହାତରେ ସୁନାର ଅଳଙ୍କାର ପିନ୍ଧିଲେ ଭଲ ଦେଖାଯାଏ । ପିନ୍ଧୁଥିବା ଶାଢ଼ିର ରଙ୍ଗ ଏବଂ ତାର ଦାମ୍ ଅନୁସାରେ ଅଳଙ୍କାର ପିନ୍ଧିଲେ ଏହା ଶରୀରକୁ ବେଶ୍ ମାନିଥାଏ ।

ଘାଗରା

ଯଦି କିଛି ପାର୍ଟିକୁ ଯିବାର ଅଛି, ଏବଂ ଆପଣ ଭାବିଛନ୍ତି ଯେ ଆପଣ ଘାଗରା ପିନ୍ଧିବେ, ତେବେ ବେଶି ପରିମାଣର ଅଳଙ୍କାର ପିନ୍ଧିଲେ ହିଁ ଘାଗରା ସହିତ ଭଲ ମାନିଥାଏ।

ସାଲୱାର ସୁଟ୍

ଆଜିକାଲିର ଦୈନନ୍ଦିନ ଜୀବନ ଶୈଳୀରେ ସାଲୱାର ସୁଟର ବ୍ୟବହାର ବହୁତ ବେଶୀ। ସାଲୱାର ସୁଟ୍ ସହିତ ଯେ କୌଣସି ଅଳଙ୍କାର ପିନ୍ଧିଲେ ଭଲ ମାନିଥାଏ। କିନ୍ତୁ ଗୋଟିଏ କଥା ମନେ ରଖିବା ଉଚିତ୍ ଯେ ସମସ୍ତ ଅଳଙ୍କାର ଗୋଟିଏ ଧାତୁରେ ନିର୍ମିତ ହୋଇଥିବା ଉଚିତ।

ଜିନ୍ସ ପୋଷାକ

ଯଦି ଜିନ୍ସ, କିମ୍ବା ସୁଟ୍ ପିନ୍ଧିବା ତେବେ ବେଶୀ ଅଳଙ୍କାର ପିନ୍ଧିବାକୁ ପଡିନଥାଏ। ହାତରେ ବ୍ରେସଲେଟ୍ ପିନ୍ଧିଲେ ଭଲ ମାନିଥାଏ। ଜିନ୍ସ ପୋଷାକରେ ଚମଡା ତୋଆରି ଜିନିଷ ପିନ୍ଧିଲେ ଭଲ ମାନିଥାଏ।

ଜିନ୍ସ ପୋଷାକ ପିନ୍ଧିଲେ ନାକରେ କୌଣସି ଅଳଙ୍କାର ପିନ୍ଧିବା ଉଚିତ୍ ନୁହଁ। ଜିନ୍ସ ପୋଷାକରେ ହାତରେ ବଡ଼ବଡ଼ ପଥରର ମୁଦି ମଧ୍ୟ ପିନ୍ଧିପାରିବା।ଜିନ୍ସ ପୋଷାକ ପିନ୍ଧିଲେ ଗୋଡ଼ରେ ପାଉଁଜି ପିନ୍ଧନ୍ତୁ ନାହିଁ। ଜିନ୍ସ ପୋଷାକ ପିନ୍ଧୁଥିଲେ ବେକରେ ପିନ୍ଧୁଥିବା ଲକେଟ୍ ଯେମିତି ଅଧିକ ଆକର୍ଷଣୀୟ ହୋଇପାରିବ, ସେଥିପ୍ରତି ଦୃଷ୍ଟି ରଖିବା ଉଚିତ୍।

Comment