ଓଡ଼ିଶାଲାଇଭଵ ବ୍ୟୁରୋ

ତାତିଲେ ଚାଷୀ। କଲେ ଅଭିନବ ପ୍ରତିବାଦ। ବାରମ୍ଵାର ଅଭିଯୋଗ ପରେ ପ୍ରଶାସନ ନଶୁଣିବାରୁ ଆଜି ବ୍ଲକ ଅଫିସ ପରିସରରେ ଶହ ଶହ ଷଣ୍ଢ ପୂରାଇଛନ୍ତି ଚାଷୀ। ଏଭଳି ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲାରେ। ବର୍ତ୍ତମାନ ଏହି ଘଟଣା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି।

କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକରେ ଚାଷୀ ଷଣ୍ଢମାନେ ଧାନ ଫସଲ ନଷ୍ଟ କରୁଛନ୍ତି। ଏନେଇ ହଜାର ହଜାର ଟଙ୍କା ଖର୍ଚ୍ଚ କରି ଧାନଚାଷ କରିଥିବା ଚାଷୀ ଏବେ ଚିନ୍ତାରେ ପଡ଼ିଛନ୍ତି। ଏହାଛଡା ଷଣ୍ଢମାନେ ରାସ୍ତା ଅବରୋଧ କରିବା ଯୋଗୁଁ ଗାଡି ମଟର ଦୁର୍ଘଟଣା ଘଟିବାରେ ଲାଗିଛି।

ଏନେଇ ଜିଲ୍ଲାପାଳଙ୍କ ନିକଟରେ ବାରମ୍ଵାର ଅଭିଯୋଗ କରିବା ପରେ ମଧ୍ୟ ପ୍ରଶାସନ କୌଣସି ପଦକ୍ଷେପ ନନେବାରୁ ଚାଷୀ ଉତ୍ୟକ୍ତ ହୋଇ ଏଭଳି ପ୍ରତିବାଦ କରିଛନ୍ତି। ବ୍ଲକ ଅଫିସ ପରିସରରେ ଷଣ୍ଢ ପୂରାଇ ପ୍ରତିବାଦ କରିଛନ୍ତି ଚାଷୀ। ଫଳରେ ଷଣ୍ଢମାନଙ୍କ ମଧ୍ୟରେ ଲଢ଼େଇ ହୋଇ ବ୍ୟାପକ ଜିନିଷ କ୍ଷୟକ୍ଷତି ହୋଇଛି।

ପରିସ୍ଥିତି ଅଣାୟତ ହେବାରୁ ଘଟଣାସ୍ଥଳରେ ୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଏହାସହ ଦୁଇଦିନ ମଧ୍ୟରେ ଏହି ଅଞ୍ଚଳରୁ ବୁଲା ଷଣ୍ଢମାନଙ୍କୁ ଧରାଯାଇ ଅନ୍ୟତ୍ର ପଠାଇବାକୁ ଜିଲ୍ଲାପାଳ ପ୍ରତିଶ୍ରୃତି ଦେଇଛନ୍ତି।

Comment