ଓଡ଼ିଶାଲାଇଭ ବ୍ୟୁରୋ

ଏମିତି ବି ଆସେ ମୃତ୍ୟୁ। ଖୁସିରେ ବାଣ ଫୁଟାଉଥିବା ବେଳେ ଘଟିଗଲା ଅଘଟଣ। ବାଣରେ ନିଆଁ ଲଗାଇ ଦୌଡ଼ିବା ବେଳେ ଟ୍ୟୁବ୍‌ଓ୍ଵେଲ୍‌ରେ ପିଟି ଚାଲିଗଲା ଜୀବନ। ଏପରି ଘଟଣା ଘଟିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ରାହାଞ୍ଜ ଗାଁରେ।

ଦୀପାବଳି ପାଇଁ କାଲି ରାତିରେ ବାଣ ଫୁଟାଉଥିଲେ ଯୁବକ। ବାଣରେ ନିଆଁ ଲଗାଇବା ପରେ ଦୌଡ଼ିବା ବେଳେ ଟ୍ୟୁବ୍‌ଓ୍ଵେଲ୍‌ରେ ଧକ୍କା ହୋଇଥିଲେ। ମୁଣ୍ଡରେ ଜୋରରେ ଆଘାତ ଲାଗିବା ଯୋଗୁଁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ତେବେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି।

Comment