ଓଡ଼ିଶାଲାଇଭ ବ୍ୟୁରୋ

ଆଗାମୀ ଟି-୨୦ ବିଶ୍ଵକପରେ ଦେଖିବାକୁ ମିଳିବ ନୂଆ ଦଳ। ପାପୁଆ ନ୍ୟୁ ଗିନି ପ୍ରଥମ ଥର ପାଇଁ ବିଶ୍ଵକପ ଖେଳିବାକୁ ଯାଉଛି। ବିଶ୍ଵକପ ଯୋଗ୍ୟତା ମ୍ୟାଚରେ କେନିଆକୁ ହରାଇ ନ୍ୟୁ ଗିନି ଏହି ସଫଳତା ହାସଲ କରିଛି। ବର୍ତ୍ତମାନ ଗ୍ରୁପ-‘ଏ’ରେ ଶୀର୍ଷରେ ରହିଛି ନ୍ୟୁ ଗିନି।

ରବିବାର ଦୁବାଇ ଇଣ୍ଟରନ୍ୟାସନାଲ୍‌ ଷ୍ଟାଡିୟମ୍‌ରେ ନ୍ୟୁ ଗିନି ଓ କେନିଆ ମଧ୍ୟରେ ମୁକାବିଲା ହୋଇଥିଲା। ଏଥିରେ ପ୍ରଥମେ ଗିନି ବ୍ୟାଟିଂ କରି ୧୯ ଓଭର ୩ଟି ବଲ୍‌ ଖେଳି ୧୧୮ ରନ୍‌ କରିଥିଲା। କେନିଆ ୧୧୯ ରନର ଟାର୍ଗେଟ୍‌କୁ ପୂରଣ କରିପାରି ନ ଥିଲା। ମାତ୍ର ୭୩ ରନ୍‌ରେ କେନିଆ ଅଲଆଉଟ ହୋଇଯାଇଥିଲା।

ଫଳରେ ପିଏନ୍‌ଜି ଟି-ଟ୍ୱେଣ୍ଟି ପାଇଁ ନିଜର ସ୍ଥାନ ପକ୍କା କରିଛି। ଦଳର ବୋଲ୍‌ର ପୌକାନା ଏବଂ ବାଲା ୩ଟି ଲେଖାଏଁ ୱିକେଟ୍‌ ନେଇଥିବାବେଳେ ରାବୁ ଓ ବାନୁବ ପ୍ରତ୍ୟେକ ୨ଟି ଲେଖାଏଁ ସଫଳତା ପାଇଛନ୍ତି। ଗ୍ରୁପ୍‌-ଏରେ ମୋଟ ୬ଟି ମ୍ୟାଚ୍‌ରୁ ପିଏନ୍‌ଜି ୫ଟି ମ୍ୟାଚରେ ବିଜୟୀ ହୋଇ ଟେବୁଲର ଶୀର୍ଷରେ ରହିଛି।

Comment