ଓଡ଼ିଶାଲାଇଭ ବ୍ୟୁରୋ

ଆସନ୍ତାବର୍ଷ ଅଷ୍ଟ୍ରେଲିଆରେ ଆଇସିସି ଟି-୨୦ ବିଶ୍ଵକପ ହେବାକୁ ଯାଉଛି। ଏଥିପାଇଁ ଭାରତୀୟ ଦଳ ନିଜର ଗେମ ପ୍ଲାନ ମଧ୍ୟ ଆରମ୍ଭ କରିଦେଇଛି। ଆଗାମୀ ବିଶ୍ୱକପକୁ ନଜରରେ ରଖି ଭାରତୀୟ ଦଳରେ ବିଭିନ୍ନ ପରିବର୍ତ୍ତନ କରୁଛି ଟିମ୍ ମ୍ୟାନେଜମେଣ୍ଟ।

ତେବେ କେତେକ ଯୁବ ଭାରତୀୟ ଖେଳାଳି ଆଗାମୀ ଟି-୨୦ ବିଶ୍ୱକପ୍ ଦଳରେ ସାମିଲ ହେବେ ବୋଲି ଚର୍ଚ୍ଚା ହେଉଛି। ଟି-୨୦ ବିଶ୍ୱକପ୍ ହେଉଛି ଫଟାଫଟ୍ କ୍ରିକେଟ, ଏଥିରେ ମୁଖ୍ୟତଃ ଦଳର ଯୁବ ଖେଳାଳିମାନେ ନଜର ଆସିଥାନ୍ତି। ତେବେ ନଜର ପକାନ୍ତୁ ଏମିତି କିଛି ଖେଳାଳିଙ୍କ ଉପରେ ଯେଉଁମାନଙ୍କୁ ନେଇ ଚର୍ଚ୍ଚା ଜୋରଧରିଛି।

ଇଶାନ୍ କିଷନ

ଇଶାନ୍ କିଷନ ହେଉଛନ୍ତି ଜଣେ ବାମହାତୀ ୱିକେଟକିପର୍ ବ୍ୟାଟ୍ସମ୍ୟାନ। ସେ ଝାଡ଼ଖଣ୍ଡ ଦଳ ପକ୍ଷରୁ ରଣଜୀ ମ୍ୟାଚ୍ ଖେଳୁଛନ୍ତି। ଏହାସହ ସେ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ଦଳର ଜଣେ ନିୟମିତ ସଦସ୍ୟ। ଅନ୍ତର୍ଜାତୀୟ କ୍ରିକେଟରେ ରିଶବ ପନ୍ତ ଲଗାତାର ଭାବରେ ବିଫଳ ହେବା ପରେ ଏବେ ଇଶାନ କିଷନକୁ ନେଇ ଚର୍ଚ୍ଚା ଚାଲିଛି। ଇଶାନ୍ ଜଣେ ଭରସା ଯୋଗ୍ୟ ବ୍ୟାଟ୍ସମ୍ୟାନ ହେବାସହ ଜଣେ ଭଲ ୱିକେଟକିପର। ତେଣୁ ତାଙ୍କୁ ଆଗାମୀ ଟି-୨୦ ବିଶ୍ୱକପରେ ଦଳରେ ସାମିଲ କରିବା ନେଇ ଚର୍ଚ୍ଚା ହେଉଛି।

ଶୁଭମନ୍ ଗିଲ୍

ଭାରତୀୟ ଜୁନିଅର ଦଳର ଜଣେ ଚତ୍ମକାର ବ୍ୟାଟ୍ସମ୍ୟାନ ଭାବରେ ବେଶ ପରିଚିତ୍ ଶୁଭମନ୍ ଗିଲ୍। ସେ ୧୯ବର୍ଷରୁ କମ୍ ବିଶ୍ୱକପରେ ମ୍ୟାନ୍ ଅଫ୍ ଦି ଟୁର୍ଣ୍ଣାମେଣ୍ଟ ମଧ୍ୟ ଥିଲେ। ଏହାସହ ସେ ଆଗାମୀ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରେ ମଧ୍ୟ ସାମିଲ ହୋଇଛନ୍ତି। ତାଙ୍କ ପାଖରେ ଓପନିଂ ସହ ମିଡିଲ ଅର୍ଡରରେ ମଧ୍ୟ ବ୍ୟାଟିଂ କରିବାର କ୍ଷମତା ଅଛି। ଏହାସହ ସେ ଆଇପିଏଲରେ ମଧ୍ୟ ଚତ୍ମକାର ବ୍ୟାଟିଂ କରିଛନ୍ତି। ତେଣୁ ଏହି ଯୁବ ଭାରତୀୟ କ୍ରିକେଟର ଆଗାମୀ ଦିନରେ ଟି-୨୦ ବିଶ୍ୱକପ୍ ଦଳରେ ସାମିଲ କରାଯିବାର ସମ୍ଭାବନ ରହିଛି।

ଶ୍ରେୟାସ୍ ଗୋପାଳ

ଆଗାମୀ ଟି-୨୦ ବିଶ୍ୱକପ୍ ଦଳରେ କର୍ଣ୍ଣାଟକ ଲେଗ୍ ସ୍ପିନର ଶ୍ରେୟାସ ଗୋପାଳଙ୍କୁ ନେଇ ଚର୍ଚ୍ଚା ଲାଗିରହିଛି। ଗତ ଆଇପିଏଲ ସିଜିନରେ ସେ ରାଜସ୍ଥାନ ଦଳ ପାଇଁ ୧୪ଟି ମ୍ୟାଚ୍ ଖେଳି ୨୦ଟି ୱିକେଟ୍ ନେଇଥିଲେ। ଏହାପରେ ସେ ଇଣ୍ଡିଆ ଏ ଦଳରେ ମଧ୍ୟ ସ୍ଥାନ ପାଇଥିଲେ। ଶ୍ରେୟାସ୍ ଗୋପାଳଙ୍କ ପାଖରେ ବୋଲିଂ ସହ ବ୍ୟାଟିଂ ଓ ଫିଲଡ଼ିଂ କରିବାର ଦକ୍ଷତା ମଧ୍ୟ ଅଛି। ତେଣୁ ଗୋପାଳଙ୍କୁ ଆଗାମୀ ବିଶ୍ୱକପ ଦଳରେ ସାମିଲ କରାଯିବ ବୋଲି ଆଶା କରାଯାଉଛି।

ସଞ୍ଜୁ ସାମସନ଼୍

କେରଳି ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ୍ ନିଜର ଘରୋଇ କ୍ରିକେଟକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି। ଏହି ଯୁବ ଖେଳାଳିଙ୍କ ପାଖରେ ବହୁ ପ୍ରତିଭା ରହିଛି ବୋଲି କ୍ରିକେଟ ବିଶେଷଞ୍ଜମାନେ ମତପ୍ରକାଶ କରିଛନ୍ତି। ତେବେ ସେ ଜଣେ ଟପ ଅର୍ଡର ବ୍ୟାଟ୍ସମ୍ୟାନ ହେବା କାରଣରୁ ଦଳରେ ସ୍ଥାନ ପାଇ ପାରୁନାହାନ୍ତି। ଯେହେତୁ ବର୍ତ୍ତମାନ ଭାରତୀୟ ଟିମର ପ୍ରଥମ ତିନୋଟି ସ୍ଥାନରେ ଦଳର ବରିଷ୍ଠ ଖେଳାଳିମାନେ ସ୍ଥିତି ଦୃଢ଼ କରି ନେଇଛନ୍ତି। ତେବେ ଟି-୨୦ ବିଶ୍ୱକପରେ ତାଙ୍କୁ ସ୍ଥାନ ମିଳିବ ବୋଲି ଆଶା କରାଯାଉଛି।

Comment