ଓଡ଼ିଶାଲାଇଭ ବ୍ୟୁରୋ

ପୁରୀ: ପୁରୀ ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ମଙ୍ଗଳବାର ୧୯ ନମ୍ବର ୱାର୍ଡରେ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଛି। ଏହି ଜନସମ୍ପର୍କ ପଦଯାତ୍ରାରେ ବିଜେଡି ଜିଲ୍ଲା ସଭାପତି ତଥା ପୂର୍ବତନ ମନ୍ତ୍ରୀ ମହେଶ୍ୱର ମହାନ୍ତି, ୧୯ନମ୍ବର ୱାର୍ଡର ପୂର୍ବତନ କାଉନସିଲର ପ୍ରିତମ ଜଗଦେବ, ବିଜେଡି ନଗର ସଭାପତି ଭକ୍ତ ଚରଣ ଦାସ, ବିଜେଡି ନଗର ସାଧରଣ ସମ୍ପାଦକ ଭଗବାନ ପଡ଼ି଼ହାରୀ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଜନସମ୍ପର୍କ ପଦଯାତ୍ରା ଦମକଳ ଅଫିସ ନିକଟରୁ ବାହାରି ଦାତତୋଟା-କଲେଜ ଛକ ପରିକ୍ରମା କରି ଦମକଳ ଅଫିସ ନିକଟରେ ଶେଷ ହୋଇଥିଲା। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଯୁବ ସମ୍ପାଦକ ବିଜୟ ମାଝୀ, ନଗର ଯୁବ ସଭାପତି ସରୋଜ ନାୟକ, ଜିଲ୍ଲା ଛାତ୍ର ସଭାପତି ନାରାୟଣ ପ୍ରସାଦ ସିଂ, ଜିଲ୍ଲା ଛାତ୍ର କାର୍ଯ୍ୟକାରୀ ସଭାପତି ହରେକୃଷ୍ଣ ସୁଅର, ନିର୍ବାଚନ ମଣ୍ଡଳୀ ଛାତ୍ର ସଭାପତି ବିଜୟ ବିଶୋଇ, ନଗର ଛାତ୍ର ସଭାପତି ରାଜେଶ କୁମାର ରାଣା, ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟର ପୂର୍ବତନ ଉପସଭାପତି ବିଶାଲ ମହାନ୍ତି ଓ ବିଜୁ ଛାତ୍ର ଜନତା ଦଳର ସତ୍ୟ ପ୍ରକାଶ ସେଠୀ ଉପସ୍ଥିତ ଥିଲେ।

ପ୍ରତିବର୍ଷ ଗାନ୍ଧୀ ଜୟନ୍ତୀରୁ ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଆସୁଛି। ସେହିପରି କିଛି ବର୍ଷ ତଳେ ଆରମ୍ଭ ହୋଇଥିବା ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଏକ ବଡ଼ ପରିବର୍ତ୍ତନ ଆଣି ଦେଇଛି।

Comment